
ନୂଆଗାଁ: ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ସ୍ମାର୍ଟ ହେବାକୁ ଲାଗିଛି। ଏହି କ୍ରମରେ ନୂଆଗାଁ ବ୍ଲକ ଚାହାଳୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଜନଶକ୍ତି ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ସମୟରେ ସଜେଇ ହେବାରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ସ୍କୁଲ୍ ଫାଇଭ୍-ଟି ଅଧୀନରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହାର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସୂଚନା ପାଇ ମୋ ସ୍କୁଲ କମିଟି ଆନୁକୂଲ୍ୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ୍ ଭାବେ ଗ୍ରହଣ କରିଥିବା ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ କୃଷ୍ଣଚନ୍ଦ୍ର ଶତପଥୀ ବୈଠକରେ ଯୋଗଦେବା ସହ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଦ୍ବାରା ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୨ ଗୋଟି ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର୍ ଲ୍ୟାବ, ସୌଖୀନ ମଧ୍ୟାହ୍ନ ଭୋଜନାଳୟ ତଥା ସମ୍ମିଳନୀ କକ୍ଷ, କ୍ରୀଡ଼ା ଭିତ୍ତିଭୂମି ଏବଂ ଆକର୍ଷଣୀୟ ବଗିଚା ସାଙ୍ଗକୁ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆଦି ଦ୍ରୁତଗତିରେ ଆଗେଇ ଚାଲିଛି। ବୈଠକରେ ପୂର୍ବତନ ପ୍ରଧାନଶିକ୍ଷକ ତ୍ରିନାଥ ମହାପାତ୍ର, ନୂଆଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପାଢ଼ୀ, ପୁରାତନ ଛାତ୍ର ସୁରେନ୍ଦ୍ର କୁମାର ସାହୁ, ଗୁଣନିଧି ଶତପଥୀ, ଦିଲୀପ ମିଶ୍ରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଏବଂ ପୁରାତନ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
The post ସଜେଇ ହେଉଛି ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ରୂପାନ୍ତରଣ କାର୍ଯ୍ୟ ପାଇଁ ସମୀକ୍ଷା ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/3iKlsZw
0 Comments