ରେଢ଼ାଖୋଲ : ରେଢ଼ାଖୋଲ ଥାନା ଅଞ୍ଚଳରେ ଶନିବାର ବନ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ଚୋରା କେନ୍ଦୁପତ୍ର ସହ ଏଥିରେ ବ୍ୟବହୃତ ଦୁଇଟି ଗାଡ଼ି ଜବତ କରିଥିବା ବେଳେ ମାଫିଆମାନେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ ଶନିବାର ରାତିରେ ଏକ ବଲେରୋ (ଓଡି ୧୫ଏନ–୪୯୩୯)ରେ ୧୬୦ ବିଡ଼ା ଓ ଏକ ମିନି ଟ୍ରକ୍‌ (ଓଆର ୧୫ଏଚ–୬୨୮୬)ରେ ୨୫୦ ବିଡ଼ା କେନ୍ଦୁପତ୍ର ବୋଝେଇ ହୋଇ ବାହାରକୁ ଚୋରାଚାଲଣ ହେଉଥିଲା। ଏ ସଂପର୍କରେ ସୂଚନା ପାଇ ବନ ବିଭାଗର ରେଢ଼ାଖୋଲ ରେଞ୍ଜ କର୍ମଚାରୀମାନେ ବିଳମ୍ବିତ ରାତିରେ ରେଢ଼ାଖୋଲ ଏନ୍‌ଏସିର ଚାଟୁଣି ଗାଁ’ ନିକଟରେ ଚଢ଼ଉ କରି ଗାଡ଼ି ଦୁଇଟି ସହ ମୋଟ ୪୧୦ ବିଡ଼ା (୨୦.୫ କ୍ବିଣ୍ଟାଲ୍‌) କେନ୍ଦୁପତ୍ର ଜବତ କରିଥିଲେ। ତେବେ ଏଥିରେ ସଂପୃକ୍ତ ମାଫିଆମାନେ ବନ କର୍ମଚାରୀଙ୍କୁ ଚକ୍‌ମା ଦେଇ ଫେରାର୍‌ ହୋଇଯାଇଥିଲେ। ଚଢ଼ଉରେ ରେଢ଼ାଖୋଲ ରେଞ୍ଜ୍‌ ଅଧିକାରୀ ମୈତ୍ରୀ ମନଜିତ ବିଶ୍ବାଳ, ଫରେଷ୍ଟର ସୁରେନ୍ଦ୍ର ସାହୁ, ଡୋଳାଧର ମେହେର, ଧର୍ମୁଧର ପ୍ରମୁଖ ସାମିଲ ଥିଲେ।

The post ବଲେରୋ ଓ ମିନିଟ୍ରକ୍‌ ସହ କେନ୍ଦୁପତ୍ର ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3DblyBt