
ଡୁଙ୍ଗୁରିପାଲି : ରବିବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଯୁରୀ ବସଷ୍ଟାଣ୍ଡ ନିକଟରେ ରହୁଥିବା ଜବାହର ଯାଦବଙ୍କ ଘରୁ ଡକାୟତି ହୋଇଛି। ୩ ଜଣ ଡକାୟତ ଘରେ ପଶି ଗୃହକର୍ତ୍ତାଙ୍କୁ ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରି ମୋବାଇଲ, ବ୍ୟାଙ୍କ ଖାତା ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେବା ସହ ଏକ ବାକ୍ସ ମଧ୍ୟ ନେଇଥିବା ଜଣାପଡ଼ିଛି। ଶ୍ରୀ ଯାଦବଙ୍କ ମୁଣ୍ଡରେ ଭୁଜାଲି ମାଡ଼ ହୋଇଥିବାରୁ ସେ ଗରୁତର ଆହତ ହୋଇଥିବା ପ୍ରକାଶ। ଘଟଣା ପରେ ପଡ଼ୋଶୀ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରି ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ପଠାଯାଇଥିବା ପ୍ରକାଶ।
ଚିନାଯୁରୀ ଗ୍ରାମର ଶତାଧିକ ଲୋକ ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ଆସି ତଦନ୍ତ କରିଥିବା ପ୍ରକାଶ। ଗ୍ରାମବାସୀ ଥାନାରେ ଦେଇଥିବା ଅଭିଯୋଗରୁ ପ୍ରକାଶ ଉକ୍ତ ରାତିରେ ବସଷ୍ଟାଣ୍ଡ ସ୍ଥିତ ହାଡ଼ୁ ଭୁଏଙ୍କ ଏକ ପାନ ଦୋକାନରୁ ଚୋରି ହୋଇଛି। ଚିନାଯୁରୀ ବସଷ୍ଟାଣ୍ଡରେ ପ୍ରାୟ ଅନେକ ଥର ଟ୍ରକ୍ମାନଙ୍କରେ ରାତିରେ ଲୁଟେରାମାନେ ଭୁଜାଲି ଦେଖାଇ ମଧ୍ୟ ଲୁଟ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପ୍ରକାଶ।
The post ଚିନାଯୁରୀରେ ସଶସ୍ତ୍ର ଡକାୟତି, ଭୁଜାଲି ମାଡ଼ରେ ଗୃହକର୍ତ୍ତା ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3kkf2Qs
0 Comments