
ଯାଜପୁରସଦର : ବ୍ୟାଙ୍କ ଆଗରୁ ମହିଳାଙ୍କଠାରୁ ଝାମ୍ପିନେଲେ ୧ ଲକ୍ଷ ୪୦ ହଜାର ଟଙ୍କା। ମଙ୍ଗଳପୁର ଥାନା ପୂବସାହି ଅଞ୍ଚଳର ବୀଣାପାଣି ପଣ୍ଡା ଯାଜପୁର ଟାଉନରେ ଥିବା ୟୁକୋବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେ ବ୍ୟାଙ୍କରୁ କାମ ସାରି ଅଟୋରେ ଯିବାକୁ ଆସୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ମହିଳା ଜଣକ ଟାଉନ୍ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ବ୍ୟାଙ୍କ ଆଗରୁ ଝାମ୍ପିନେଲେ ୧ଲକ୍ଷ ୪୦ ହଜାର ଟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3m1vzeD
0 Comments