ବାଲେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବାରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ବାକି ରହିଥିବା ସେମିଷ୍ଟାର ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଏଥିରେ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ନିଜ ନିଜ ସ୍ତରରେ ନିଷ୍ପତି ନେଇ ଅନଲାଇନ୍‌ କିମ୍ବା ଅଫଲାଇନ୍‌ ପରୀକ୍ଷା କରିବାକୁ ଉକ୍ତ ବିଜ୍ଞପ୍ତିରେ ଜଣାଯାଇଥିଲା। ତେବେ ଫକୀର ମୋହନ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ଡିଗ୍ରି ମହାବିଦ୍ୟାଳୟ ୟୁଜି ୩ୟ ସେମିଷ୍ଟାର ପରୀକ୍ଷା ଅଫଲାଇନରେ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ନି‌ଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍‌ଲାଇନରେ ପରୀକ୍ଷା କରିବାକୁ ଦାବି ଜଣାଇଥିଲେ।

ହେଲେ କର୍ତ୍ତୃପକ୍ଷ ଏନେଇ କୌଣସି ପ୍ରତିଶ୍ରୁତି ନ ଦେବାରୁ ଗତ ୯ ତାରିଖରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରି ଆସୁଛନ୍ତି। ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ନେଇ ଆସନ୍ତ‌ା ୧୬ ତାରିଖରେ ଭର୍ଚୁଆଲରେ ଏକ ବୈଠକ ଡକାଇଛନ୍ତି। ଏଥିରେ କଲେଜ ଅଧ୍ୟକ୍ଷମା‌ନେ ନିଶ୍ଚିତ ଯୋଡ଼ିହେବାକୁ କୁହାଯାଇଛି। ତେବେ ବୈଠକ‌ରେ ପୂର୍ବ ନିଷ୍ପତ୍ତି ବଦଳିବା ନେଇ ସହମତି ପ୍ରକାଶ ପାଇ ପାରେ ବୋଲି ଆଶା କରାଯାଉଛି।

The post ଏଫ୍‌ଏମ୍‌ୟୁ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ ପରୀକ୍ଷା ଦାବି: ଆନ୍ଦୋଳନ ପରେ ନିଷ୍ପତ୍ତି ବଦଳାଇବେ କର୍ତ୍ତୃପକ୍ଷ! first appeared on Sambad.

from ଜିଲ୍ଲା | Sambad https://ift.tt/3xKOigv