ମାଲକାନଗିରି: ମାଲକାନଗିରି ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ନବନିର୍ମିତ ସଭାଗୃହକୁ ଆଜି ମାଲକାନଗିରି ଜିଲ୍ଲାକୁ ଆସିଥିବା ମନ୍ତ୍ରୀମାନେ ଏବଂ ନିଗମ ଅଧ୍ୟକ୍ଷ ମାନେ ଉପସ୍ଥିତ ରହି ଉଦ୍‌ଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, କୃଷିମନ୍ତ୍ରୀ ଅରୁଣ ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ମିଶନ ଶକ୍ତି ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ବିଧାୟକ ଚନ୍ଦ୍ରସାରଥୀ ବେହେରା ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏଥିସହ ସଂଘର ସଭାପତି ଦେବ ପ୍ରସାଦ ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିମନ୍ତ୍ରିତ ଅତିଥିମାନେ ମାଲକାନଗିରି ସାମ୍ବିଦକ ସଂଘର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏପରିକି ଏତେ ସଂଖ୍ୟକ ମନ୍ତ୍ରୀଙ୍କୁ ନେଇ ସଭାଗୃହ ଉଦଘାଟନ କରିବା ମୁଁ ପ୍ରଥମ ଥର ଦେଖିଲି ବୋଲି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଥିଲେ।

ସେ ମଧ୍ୟ ଏହି ସଂଘର ଜଣେ ସଦସ୍ୟ ହେବାକୁ ପସନ୍ଦ କରିଥିଲେ। ସଂଘର ଏଭଳି ଶାନ୍ତିଶୃଙ୍ଖଳା କାର୍ଯ୍ୟକୁ ସବୁ ଅତିଥି ପ୍ରଶଂସା କରିବା ସହ ଆଗକୁ ଏଭଳି ନିଷ୍ଠାର ସହ କାମ କରିବାକୁ ଉତ୍ସାହିତ କରିଥିଲେ। ବିଶେଷକରି ସଂଘର ଜିଲ୍ଲା ସଭାପତି ଦେବ ପ୍ରସାଦ ଦାସଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ତାଙ୍କରି ନେତୃତ୍ବରେ ଆଜି ଜିଲ୍ଲା ସଂଘର ବହୁ ଉନ୍ନତି ହୋଇଛି। ରାଜ୍ୟ ସଂଘ ସଭାପତି ପ୍ରସନ୍ନ ମହାନ୍ତି ମଧ୍ୟ ଜିଲ୍ଲା ସଂଘର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସଂଘର ନିଜର ସଭାଗୃହ ହେବା ପରେ ଆଗକୁ ଆହୁରି ବଡବଡ ପଦକ୍ଷେପ ନେବ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶେଷକରି ଉପଦେଷ୍ଟା ଜିତେନ୍ଦ୍ର ବେଉରା, ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ସଂପାଦକ ପ୍ରେମେନ୍ଦ୍ର ପରିଛା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା, ଅସିମ ବିଶ୍ବାସ ପ୍ରମୁଖ ସଫଳ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ।

The post ମନ୍ତ୍ରୀଙ୍କ ଦ୍ବାରା ସାମ୍ବାଦିକ ଗୃହ ଉଦ୍‌ଘାଟିତ first appeared on Sambad.

from ଜିଲ୍ଲା | Sambad https://ift.tt/3k8PJAI