
ଖଡ଼ିଆଳ : ଦୁର୍ନୀତି ଯୋଗୁଁ ଚାକିରି କ୍ଷେତ୍ରରେ ମେଧାବୀ ଛାତ୍ରମାନେ ବାଦ୍ ପଡ଼ୁଥିବା ଅଭିଯୋଗ କରି ସୋମବାର ଖଡ଼ିଆଳଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡ଼ିଥିଲା ବିଜେପି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଆହ୍ବାନକ୍ରମେ ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ବରେ ଖଡ଼ିଆଳ ଥାନା ଛକଠାରେ ମୁଖ୍ୟମନ୍ତ୍ରୀଙ୍କ ପୁତ୍ତଳିକା ଦାହ କରାଯାଇଥିଲା। ଷ୍ଟାଫ୍ ସିଲେକ୍ସନ କମିସନ କିରାଣିଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ପ୍ରାର୍ଥୀମାନଙ୍କ ଆଡ଼ମିଟ କାର୍ଡ ଜବତ ଘଟଣାରୁ ଏହା ପ୍ରମାଣିତ ହୋଇଛି ବୋଲି ନେତାମାନେ କହିଥିଲେ।
ଖଡ଼ିଆଳ ଥାନା ଛକ ଏବଂ କୁରୁମପୁରୀ ଗ୍ରାମ ନିକଟରେ ପୃଥକ ପୃଥକ ଆନ୍ଦୋଳନ ହୋଇଥିଲା। ସାଙ୍କେତିକ ବିକ୍ଷୋଭ ପ୍ରଦର୍ଶନ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ ଏବଂ ଚୟନ ପ୍ରକ୍ରିୟାରେ ଦୁର୍ନୀତି ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ମୋହନ ଭୋଇ, ସାଧାରଣ ସମ୍ପାଦକ ରାତ୍ରନନ୍ଦ ମନହୀରା, କେଦାର ଜଗତ, ସୁଜନ ନାଗ, ଜନକରାମ ନାୟକ, ପ୍ରଶାନ୍ତ ଦାଶ, ସୁଶାନ୍ତ ବିଶି, ହୃଷୀକେଶ ଗହୀର, ନିତ୍ୟାନନ୍ଦ ବାଗ, ପୁସ୍ତମ୍ ମସରା, ନିତ୍ୟା ବାଗ, ଭବାନୀ ପଣ୍ଡା, ଚିତମନ ସିନ୍ଦୁର, ଯୋଗେନ୍ଦ୍ର ମେହେର ଓ ଉନ୍ମତ ଅଦା ଯୋଗ ଦେଇଥିଲେ।
The post ଚାକିରିରୁ ମେଧାବୀ ଛାତ୍ର ବାଦ୍ ପଡ଼ୁଥିବା ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡ଼ିଲା ବିଜେପି first appeared on Sambad.from ଜିଲ୍ଲା | Sambad https://ift.tt/3maaDSK
0 Comments