ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ତ୍ରିଲୋଚନପୁର ପଞ୍ଚାୟତରେ ସ୍ବାଧୀନତା ଦିବସ ପାଳନ ସହିତ ସ୍ବତନ୍ତ୍ର ଗ୍ରାମସଭାର ଆୟୋଜନ କରିଛି ଲାଞ୍ଜିଗଡ଼ ବ୍ଲକ୍‌ ପ୍ରଶାସନ। କିଛି ଦିନ ତଳେ ଏହି ଅଞ୍ଚଳରେ ଲାଲବିହାନୀ ଉପସ୍ଥିତି ଜାହିର କରିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ୍‌ କରି ବିକାଶ ବାର୍ତ୍ତା ଦେଇଛି ବ୍ଲକ୍‌ ପ୍ରଶାସନ।

ରବିବାର ପ୍ରଶାସନ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ପରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର ଯୋଗଦେଇ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ଅବସରରେ ତ୍ରିଲୋଚନପୁର ପଞ୍ଚାୟତର ସରପଞ୍ଚ ଚନ୍ଦ୍ର ମାଝୀ ସଭାପତିତ୍ବ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା, ବ୍ଲକ୍‌ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

The post ମାଓପ୍ରବଣ ତ୍ରିଲୋଚନପୁର ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା first appeared on Sambad.

from ଜିଲ୍ଲା | Sambad https://ift.tt/2UlYH4C