ବାରିପଦା: ଆଜି ଶ୍ୟାମାଖୁଣ୍ଟା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶିରୀଶବଣି ସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷାଶ୍ରମ(ଏସଭିଏସ)ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ତଥା ସାହିତ୍ୟ ଘର ଉପଦେଷ୍ଟା ଡ. ବୀଣା ଦାଶଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାହିତ୍ୟ ଘର ସମ୍ପାଦକ ସମରେନ୍ଦ୍ର ବସା, ସଭାପତି ଡ. ସରୋଜ କୁମାର ନାୟକ, ଉପଦେଷ୍ଟା ଅମିତାଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇଥିଲେ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଏସଭିଏସର ଶିକ୍ଷକ ଶିକ୍ଷୟିତ୍ରୀ ସନ୍ଦୀପ କୁମାର ବେହେରା, ଲକ୍ଷ୍ମୀଧର ମହାନ୍ତ, ଜୟନ୍ତୀ ମାଝୀ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଭାନୁପ୍ରିୟା ମହାଳିକ, ଜୟନ୍ତ କୁମାର ମହାନ୍ତଙ୍କ ସମେତ କରୀନା ମହାନ୍ତ, ପ୍ରିୟଙ୍କା ମହାନ୍ତ, ଅଭିଲିପ୍ସା ପତି, ବର୍ଷାରାଣୀ ଗିରି, ବସୁଧା ଭିଭା ଶୁଭଦର୍ଶିନୀ, ନିବେଦିତା ମୁଦୁଲି, ବଂଶୀକା ପ୍ରିୟଦର୍ଶିନୀ ହୋତା, ହରପ୍ରିୟା ମହାନ୍ତ, ବିଦ୍ୟାଶା ତରେଇ, ଗାୟତ୍ରୀ ମହାନ୍ତ, ସତ୍ୟମ ମିଶ୍ର, ସତ୍ୟଜିତ ଧଳ, ସାଇ ସମରଜିତ ଦଣ୍ଡପାଟ, ବିନୟ ମହାନ୍ତ, ଲଳିତ ପଣ୍ଡା, ଶୁଭମ ବାରିକ, ତୁଷାରକାନ୍ତି ସିଂ, ସରୋଜ କୁମାର ମହାନ୍ତ, ରଶ୍ମିରଞ୍ଜନ ଖୁଣ୍ଟିଆ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗଛ ଲଗାଇଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସମ୍ବାଦ ଜିଲ୍ଲା ପ୍ରତିନିଧି ରାଜ କିଶୋର ଦାଶ ସଂଯୋଜନା କରିଥିଲେ।

The post ଶ୍ୟାମାଖୁଣ୍ଟା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ, ଗଛ ଲଗାଇବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅହେତୁକ ଆଗ୍ରହ first appeared on Sambad.

from ଜିଲ୍ଲା | Sambad https://ift.tt/3k2G3aM