
ଜୟପୁର: ଭବାନୀପାଟଣା ଅଂଚଳର ଜଣେ ମହିଳାଙ୍କୁ ସ୍ଵାମୀ , ଶାଶୁ ଓ ନଣନ୍ଦ ଶାରିରୀକ, ମାନସିକ ଓ ଯୌତୁକ ନିର୍ଯାତନା ଦେଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାକୁ ନେଇ ମହିଳା ଥାନାରେ ସ୍ଵାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।
ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଜୟପୁର ତେଲିସାହି ଅଂଚଳର କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗତ ୨୦୧୬ ମସିହାରେ ବୈଦିକ ହିନ୍ଦୁ ରିତୀନିତୀ ଅନୁଯାୟୀ ବାହା ହୋଇଥିଲେ। ବରପକ୍ଷର ଦାବି ମୁତାବକ ମହିଳାଙ୍କ ପରିବାରବର୍ଗ ପକ୍ଷରୁ ସବୁ ଦିଆଯାଇଥିଲା।
ତେବେ ବାହା ହେବାର ବର୍ଷକ ପରେ ଅର୍ଥାତ ୨୦୧୭ରୁ ମହିଳାଙ୍କୁ ସ୍ଵାମୀ , ଶାଶୁ ଓ ନଣନ୍ଦ ଅଧିକା ଯୌତୁକ ଦାବି କରି ମାନସିକ, ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ। ଏହାରି ମଧ୍ୟରେ ତାଙ୍କର ଦୁଇଟି ଛୁଆ ବି ଜନ୍ମ ହୋଇଥିଲେ। ତେବେ ଏହି ତିନିଜଣଙ୍କ ନିର୍ଯାତନା ଅଧିକା ହେବାରୁ ମହିଳା ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଏଏସଆଇ ଦୁର୍ଗାପ୍ରସାଦ ବ୍ରହ୍ମା ଘଟଣାର ତଦନ୍ତ କରିବାକୁ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
The post ବିବାହିତା ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ଵାମୀ,ଶାଶୁ ଓ ନଣନ୍ଦ ନାଁରେ ମାମଲା first appeared on Sambad.from ଜିଲ୍ଲା | Sambad https://ift.tt/3mBKBYz
0 Comments