
ଖୋର୍ଦ୍ଧା: କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ୬ଟି ଆଇସିୟୁ ଶଯ୍ୟା ସହ ୪ଟି ଅକ୍ସିମିଟର ଓ ଅକ୍ସିଜେନ୍ ସିଲଣ୍ଡର ବ୍ୟବସ୍ଥା ସହ ୪ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଆଜି ଏନେଇ ସୂଚନା ଦେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ. ବିଭୂପ୍ରସାଦ ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ ୧୮ ବର୍ଷରୁ କମ ଶିଶୁ ଓ କିଶୋର ସଂକ୍ରମିତ ହେବା ସମ୍ଭାବନା ରହିଛି।
ଏହା ଏକ ସ୍ୱାସ୍ଥ୍ୟଗତ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ଚିକିତ୍ସା ଉପକରଣ, ଯନ୍ତ୍ର ଓ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ଠାରୁ ଜିଲ୍ଲା ଚିକିତ୍ସାଳୟରେ ଅତିରିକ୍ତ ପିପିକିଟ୍, ମାସ୍କ, ଗ୍ଲୋବସ୍, ସାନିଟାଇଜର, ଅକ୍ସିମିଟର ସହ ଔଷଧ ମହଜୁଦ କରାଯାଇଛି ବୋଲି ଡଃ. ମିଶ୍ର କହିଛନ୍ତି।
The post କରୋନ ତୃତୀୟ ଲହର ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି first appeared on Sambad.from ଜିଲ୍ଲା | Sambad https://ift.tt/3ksHX4R
0 Comments