ବଣାଇଗଡ଼ : ଓଡ଼ିଶାର ପ୍ରସିଦ୍ଧ ଜଳପ୍ରପାତ ଖଣ୍ତାଧାର ଜଳପ୍ରପାତ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବଣାଇ ବନ ବିଭାଗ ଦ୍ବାରା ପରିଚାଳିତ ଏହି ଖଣ୍ତାଧାର ଜଳପ୍ରପାତକୁ କରୋନା ମହାମାରୀ ପାଇଁ ଗତ ୪ ମାସ ତଳେ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପ୍ରବେଶ ନିଷେଧ କରାଯାଇଥିଲା। ଏବେ କରୋନା ମହାମାରୀ ନିୟନ୍ତ୍ରଣ ସ୍ଥିତିରେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବଣାଇ ବନ ବିଭାଗ ପକ୍ଷରୁ ଆଜି ଠାରୁ ସର୍ବସାଧାରଣଙ୍କ ପାଇଁ ଖଣ୍ତାଧାର ଜଳପ୍ରପାତକୁ ପରିଦର୍ଶନ ପାଇଁ ଖୋଲିଦିଆଯାଇଛି।

ଏଥିରେ ପର୍ଯ୍ୟଟକ ମାନେ କେବଳ ଜଳପ୍ରପାତ ଅଂଚଳକୁ ପରିଦର୍ଶନ କରିବା ସହିତ ସେଠାରେ ବଣଭୋଜିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ଜଳପ୍ରପାତ ପରିସରରେ ବାହାରୁ ଖାଦ୍ୟ ନିଆଯାଇ ଖାଇବାର ମଧ୍ୟ ନିଷେଧ କରାଯାଇଛି। ଏହା ସହିତ ଖଣ୍ତାଧାର ପରିସରରେ ଥିବା ୬ଟି ରାତ୍ରି ରହଣି ପାଇଁ ଇକୋ କଟେଜ୍‌ ସହିତ ୪ଟି ବିଶ୍ରାମାଗାରରେ ରହିବାକୁ ଅନୁମତି ମିଳିଛି। ଏଥିପାଇଁ ଆଗ୍ରହୀ ପର୍ଯ୍ୟଟକ ମାନେ ଏଗୁଡିକ ଅନ୍‌ଲାଇନ ମାଧ୍ୟମରେ ବୁକିଂ କରି ପାରିବେ ବୋଲି ସୂଚନା ଦିଆଯାଇଛି। ତେବେ ଏହି ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ବନ ବିଭାଗ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ଏଣୁ ପର୍ଯ୍ୟଟକ ମାନେ ପୂର୍ବପରି ଏଠାକୁ ଆସିବାକୁ ଖଣ୍ତାଧାର ଜଳପ୍ରପାତ ଦାୟିତ୍ବରେ ଥିବା ବନାଂଚଳ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା ସୂଚନା ଦେଇଛନ୍ତି।

The post ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଖଣ୍ତାଧାର ଜଳପ୍ରପାତ first appeared on Sambad.

from ଜିଲ୍ଲା | Sambad https://ift.tt/2Vq7ZgK