ରଗଡ଼ି : କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତରେ ଦୁଇଦିନ ଧରି ଆତଙ୍କ ଖେଳାଇଥିବା ଅଜଣା ଜଙ୍ଗଲି ଜନ୍ତୁ ହେଟା ବୋଲି ଚିହ୍ନଟ ହୋଇଛି। ଗୁରୁବାର ରାତିରେ ଏହା ଗ୍ରାମରେ ବୁଲୁଥିବା ବେଳେ କିଛି ଯୁବକ ମୋବାଇଲ ଫୋନରେ ଫଟୋ ଉତ୍ତୋଳନ କରିଥିଲେ। ପରେ ଏକ ହେଟା ବୋଲି ବନ ବିଭାଗ ଚିହ୍ନଟ କରିଛି। ଏହି ଜନ୍ତୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।

ଗୋଟିଏ ଛେଳିକୁ ମଧ୍ୟ ଗୁହାଳରୁ କାମୁଡ଼ି ଘୋଷାରି ନେଇଥିବା ମଧ୍ୟ ଲୋକେ ଦେଖିବାକୁ ପାଇଥିଲେ। ବନ ବିଭାଗକୁ ଖବର ଦିଆଯିବା ପରେ ଏହାର କର୍ମଚାରୀ ଗୁରୁବାର ରାତିରେ ଆସି ହେଟା ଦେଖା ଦେଇଥିବା କଣ୍ଟାଝରିଗଡ଼ ଓ ମଙ୍ଗରାଜପୁର ଗ୍ରାମରେ ଖୋଜାଖୋଜି କରିଥିଲେ ହେଁ ତାକୁ କାବୁ କରିବା ସମ୍ଭବ ହୋଇନଥିଲା। ଗୁରୁବାର ରାତିରେ ସ୍ଥାନୀୟ ଲକ୍ଷ୍ମୀନଗର ଗ୍ରାମରେ ଜଣେ ଯୁବକଙ୍କୁ କାମୁଡ଼ି ଆହତ କରିଥିବା ଜଣାପଡ଼ିଛି। ବନ ବିଭାଗ ଏହି ହିଂସ୍ର ଜନ୍ତୁକୁ ଧରିବାକୁ ଅଭିଯାନ ଜାରି ରହିଛି ବୋଲି ବନ ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତି।

The post ତଳଗଡ଼ ପଞ୍ଚାୟତରେ ଦୁଇଦିନ ଧରି ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁ ଚିହ୍ନଟ first appeared on Sambad.

from ଜିଲ୍ଲା | Sambad https://ift.tt/3fWYa0T