
ପୁରୀ: ଶ୍ରୀମନ୍ଦିର ତିନିଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶନିବାର ଓ ରବିବାର ସଟ୍ଡାଉନ୍ ପାଇଁ ପୁରୀ ସହର ବନ୍ଦ ରହୁଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ସେପଟେ ଅଗଷ୍ଟ ୩୦ ଜନ୍ମାଷ୍ଟମୀରେ ଭକ୍ତଙ୍କ ଭିଡ଼ରୁ ସଂକ୍ରମଣ ଆଶଙ୍କା ଥିବାରୁ ଏହିଦିନ ବି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଅଗଷ୍ଟ ୩୧ରୁ ଦର୍ଶନ ଆରମ୍ଭ ହେବ ଓ ଜାରି କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି ରେଖାପଞ୍ଚମୀରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ଅପରାହ୍ଣ ୨ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଆଜି ଅପରାହ୍ଣ ୨ଟା ୧୦ରେ ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ଖଟଶେଜକୁ ବିଜେ କରିବା ପରେ ଅପରାହ୍ଣ ୨ଟା ୧୫ରେ ଜୟ-ବିଜୟ ଦ୍ବାର ବନ୍ଦ କରାଯାଇଥିଲା। ପରେ ଅପରାହ୍ଣ ୨ଟା ୪୫ରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀଜିଉଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି ହୋଇଥିଲା। ସଂଧ୍ୟା ୬ଟା ୪୫ରେ ରାହୁରେଖା ଲାଗି ନୀତି ସାରି ଦଇତାପତି ସେବକମାନେ ଶ୍ରୀମନ୍ଦିରରୁ ବାହାରିଥିଲେ। ପରେ ସିଂହାସନ ମାର୍ଜନା ଓ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ଭିତରକୁ ବିଜେ କରିଥିଲେ।
The post ଭକ୍ତଙ୍କ ପାଇଁ ଆଜିଠୁ ୩ ଦିନ ଶ୍ରୀମନ୍ଦିର ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/38hIosT
0 Comments