ଭବାନୀପାଟଣା : ଓଡ଼ିଶା ପୁଲିସ ଡିଜି ଶନିବାର କଳାହାଣ୍ଡି ଗସ୍ତରେ ଆସିଥିଲେ। ଭବାନୀପାଟଣା ସହରସ୍ଥିତ କଲେଜ ପଡ଼ିଆରେ ହେଲିକ୍ୟାପ୍ଟର ଯୋଗେ ଆସି ଅବତରଣ କରିଥିଲେ। ସେଠାରୁ ଭବାନୀପାଟଣା ଦୁଆରସୁନୀ ଛକ ନିକଟ ସିଆରପିଏଫ କ୍ୟାମ୍ପ ପରିଦର୍ଶନରେ ଯାଇଥିଲେ। ସେଠାରୁ ଫେରି କଳାହାଣ୍ଡି ପୁଲିସ ଏସ୍‌ପି ମୁଖ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲାରେ ମାଓ ଦମନ ଓ ଆଗାମୀ ରଣନୀତି ଉପରେ ସବିଶେଷ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସର ଭୂମିକା ନେଇ ଆଲୋଚନା କରିଥିଲେ।

ପୁଲିସ ଡିଜିଙ୍କ ସହିତ ରାଜ୍ୟ ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଏସଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, କଳାହାଣ୍ଡି ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌ ‌ଓ କେସିଙ୍ଗା ଏସଡିପିଓ ଏସ. ସୁଶ୍ରୀ ବୈଠକରେ ଯୋଗଦେଇଥିଲେ। ସମୀକ୍ଷା ବୈଠକ ପରେ ପୁଲିସ ଡିଜି ଅଭୟ ପୁଲିସ ମୁଖ୍ୟାଳୟଠାରେ ଆଣ୍ଟି ନକ୍ସଲ ସେଲ୍‌ ଉଦ୍‌ଘାଟନ କରିଥିଲେ। ଭବାନୀପାଟଣା ସଦରଥାନାକୁ ଯାଇ ସେଠାରେ ଅଭ୍ୟର୍ଥନା ଡେକ୍ସ ଉଦ୍‌ଘାଟନ କରିଥିଲେ। ଅପରାହ୍ନରେ ଭୁବନେଶ୍ବର ଅଭିମୁଖେ ଯାଇଥିଲେ।

The post କଳାହାଣ୍ଡିରେ ପୁଲିସ ଡିଜି ଅଭୟ, ମାଓ ଦମନ ନେଇ ସମୀକ୍ଷା କଲେ first appeared on Sambad.

from ଜିଲ୍ଲା | Sambad https://ift.tt/2WX0xda