ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲଖନା ପଞ୍ଚାୟତ ଦେଡ଼ଙ୍ଗା ଗ୍ରାମର ୧୪ ବର୍ଷର ନାବାଳକ ୨ଲକ୍ଷ ଟଙ୍କାରେ ଇଟାଭାଟି ମାଲିକଙ୍କ ପାଖରେ ୨୦ ଦିନ ଧରି ବନ୍ଧା ପଡ଼ିଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା। ଶନିବାର ଏହି ଘଟଣା ଉପରେ ଭବାନୀପାଟଣାର ଜଣେ ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧିକାର କମିସନଙ୍କ ଠାରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ ନାବାଳକଙ୍କୁ ଇଟାଭାଟିରୁ ତଦନ୍ତ କରି ଉଦ୍ଧାର କରିବା ସହ ଇଟାଭାଟି ମାଲିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ସ୍ଥାନୀୟ ଦଲାଲଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ କମିସନଙ୍କ ଠାରେ ଅଭିଯୋଗ କରିଛନ୍ତି।

ସୂଚନାଥାଉକି ଲଖନା ପଞ୍ଚାୟତ ଦେଡ଼ଙ୍ଗ ଗ୍ରାମର ଯାମିନୀ ହରିଜନ, ଜଗା ହରିଜନ ସ୍ଥାନୀୟ ଶ୍ରମିକ ଦଲାଲ ସବିର ମହମ୍ମଦଙ୍କ ପ୍ରରୋଚନାରେ ପଡ଼ିଥିଲେ। ହାଇଦ୍ରାବାଦର ନାଲଗୋଣ୍ଡ ଜିଲ୍ଲା ଚେରଲାପେଲି ଅଞ୍ଚଳର ଏକ ଇଟାଭାଟିକୁ କାମ କରିବାକୁ ସେମାନେ ଯାଇଥିଲେ। ଭଉଣୀ ଓ ଭିଣୋଇଙ୍କ ସାଙ୍ଗରେ ବଲ୍ଲବ ହରିଜନ (ନାବାଳକ ଭାଇ) ମଧ୍ୟ ଯାଇଥିଲା। ସେଠାରେ ମାଲିକ ନବାଦ ଏଙ୍କେନା ନିର୍ଯାତନା ଦେବାରୁ ଭୟରେ ଭଉଣୀ ଓ ଭିଣୋଇ ଲୁଚିକି ପଳାଇ ଆସିଥିଲେ। କିନ୍ତୁ ବଲ୍ଲବ ଆସି ନପାରିବାରୁ ମାଲିକ ନାବାଳକଙ୍କୁ ଇଟାଭାଟିରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ୨ଲକ୍ଷ ଟଙ୍କା ଦେଲେ ପିଲାଙ୍କୁ ଛାଡ଼ିବି ବୋଲି କହିଥିଲା।

The post ୨ ଲକ୍ଷ ଟଙ୍କାରେ ବନ୍ଧା ପଡ଼ିଛି ନାବାଳକ, ଉଦ୍ଧାର ପାଇଁ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ first appeared on Sambad.

from ଜିଲ୍ଲା | Sambad https://ift.tt/3fHiO4F