ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟଗାଁ ଓ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ଜୁଲାଇ ୧୦ ତାରିଖରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଲା ପକାଇ ଦେଇଥିଲେ। ଏହି ଘଟଣାରେ ପୁଲିସ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ପ୍ରେମ ପ୍ରକାଶ ମୁଣ୍ଡା, ଲକ୍ଷ୍ମୀଧର ମହାରଣା ଓ ଜ୍ଞାନେନ୍ଦ୍ର କୁମାର ମହାନ୍ତ।

ସୂଚନାଯୋଗ୍ୟ, ଭଗାମୁଣ୍ଡା ଡାକ୍ତରଖାନାରେ ମାତ୍ର ଜଣେ ଡାକ୍ତର ଥିଲେ। ଅଧିକ ଡାକ୍ତର ନିଯୁକ୍ତି ଦାବିରେ ଡାକ୍ତର ନାୟକ ଏବଂ ବିପିଏମ୍‌ ରବୀନ୍ଦ୍ର କୁମାର ଜେନାଙ୍କୁ ଭଗାମୁଣ୍ଡାର ଯୁବକମାନେ ଡାକ୍ତରଖାନା ପରିସରରେ ତାଲା ପକାଇ ଦେଇଥିଲେ। ୪ ଘଣ୍ଟା ପରେ ଉଭୟଙ୍କୁ ଛଡ଼ା ଯାଇଥିଲା। ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ, ହରିଚନ୍ଦନପୁର ପୁଲିସ କେସ୍‌ ନମ୍ବର ୮୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

The post ଡାକ୍ତରଙ୍କୁ ତାଲା ପକାଇବା ଘଟଣାରେ ୩ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3CGaZ9l