ବୌଦ୍ଧ : ରାଜ୍ୟରେ ଦଳିତ ବ୍ୟକ୍ତି ବିଶେଷ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି। ଆକ୍ରମଣକାରୀଙ୍କ ମଧ୍ୟରେ ବିଜେଡି ଦଳର ନେତା ଓ କର୍ମୀଙ୍କ ମୁଖ୍ୟ ଭୂମିକା ରହିଛି। ଏଥି ସହିତ ଡ. ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ବିଜେପି ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଅଭିଯୋଗ କରିଛି। ଏହାର ପ୍ରତିବାଦରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସଭାପତି ରାଜୀବ ଦେହୁରୀ, ଅଲେଖ ବେହେରା, ଡାକ୍ତର ବେହେରା, ବଳଭଦ୍ର ଭବସାଗର, ତପନ ହାତୀ, ବରିଷ୍ଠ ବିଜେପି ନେତା ମାଗୁଣୀ ଗାଈଗୌରିଆ, ମନୋରଂଜନ ଦାଶ, ନମିତା ରାଣୀ ଦାସ, ସତ୍ୟାନନ୍ଦ ପାଣ୍ଡେ, ତାପସ ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ବ୍ୟୋମକେଶ ମହାପାତ୍ରଙ୍କ ସହ ଅନେକ ଦଳୀୟ କର୍ମୀ ସାମିଲ ଥିଲେ।

The post ବୌଦ୍ଧ: ବିଜେପି ଏସ୍‌ସି ମୋର୍ଚ୍ଚାର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3jPc71F