
ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଗୋଦ୍ରାମସ୍କା ଗ୍ରାମରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲ କଳାବତୀ ନାଏକ (୪୫ ବର୍ଷ)। କେହି ନଥିବାବେଳେ ଘରର ଏକ କାଠ ପାଟିରେ ନିଜ ପିନ୍ଧା ଶାଢିକୁ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୂଚନାନୁସାରେ ଥୁଆମୂଳ ରାମପୁର ଥାନା ଅଧୀନ ଗୋଦ୍ରାମସ୍କା ଗ୍ରାମର ଯୁବତୀ ୩ମାସ ତଳେ ଜୟପାଟଣା ବ୍ଲକ୍ରେ କାର୍ଯ୍ୟରତ ପିଇଓ ନିରାକାର ନାଏକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ଜୟପାଟଣା ଥାନାରେ ମାମଲା ରୁଜୁ ହେବାପରେ ଅଭିଯୁକ୍ତ ନିରାକାର ଜେଲ୍ ଯାଇଥିଲେ। କିଛିଦିନ ତଳେ ନିରାକାର ବେଲ୍ ପାଇ ଘରକୁ ଫେରିଥିଲା। ପରେ କଳାବତୀ ନିରାକାର ଘରକୁ ଯାଇ ସ୍ତ୍ରୀର ମାନ୍ୟତା ମାଗିଥିଲେ। ନହେଲେ ଆତ୍ମହତ୍ୟା କରିବି ବୋଲି ନିରାକାରକୁ କହିଥିଲେ। ମୋର ମୃତ୍ୟୁ ହେଲେ ନିରାକାର ଦାୟୀ ରହିବ ବୋଲି ନିଜ ପରିବାର ଲୋକଙ୍କୁ କହିଥିଲା।
କଳାବତୀର ପୁତୁରା ଘନଶ୍ୟାମ ନାଏକ ଏନେଇ ପୁଲିସକୁ ସୂଚନା ଦେଇଛନ୍ତି। ସୋମବାର ଦିନ ପ୍ରାୟ ୧୧ଟା ସମୟରେ ପୁତୁରା ସ୍ତ୍ରୀ ସହିତ ଘରକୁ ଫେରିଲା ବେଳକୁ କଳାବତୀ ଆତ୍ମହତ୍ୟା କରିଥିବା ଦେଖି ତୁରନ୍ତ କବାଟ ଭାଙ୍ଗି ପଶି ଉଦ୍ଧାର କରିଥିଲେ। କିନ୍ତୁ କଳାବତୀର ମୃତ୍ୟୁ ହୋଇ ସାରିଥିଲା ବୋଲି ଘନଶ୍ୟାମ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ସିଏଚ୍ସିକୁ ପଠାଇଛି। ଥୁଆମୂଳ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଜାରି ରଖିଛି।
The post ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା, ଥାନାରେ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/2VEUCZR
0 Comments