ଛତ୍ରପୁର: ଗୋପାଳପୁର ବନ୍ଦର ପକ୍ଷରୁ ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତର ଟାକରିଆ ବ୍ରହ୍ମପୁର ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଏଟିଏମ୍ ଓ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି। ଏହି ଦୁଇ ପ୍ରକଳ୍ପକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଗୋପାଳପୁର ବନ୍ଦରର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ତଥା ନିର୍ଦ୍ଦେଶକ କ୍ୟାପଟେନ ସନ୍ଦୀପ ଅଗ୍ରୱାଲ, ଉପସଭାପତି (ମାନବସମ୍ବଳ) ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, କଣମଣା ସରପ‌ଞ୍ଚ ଏସ୍‌. ଚକ୍ରପାଣୀ ରେଡ୍ଡୀ, ସମିତି ସଭ୍ୟା ରଶ୍ମୀତା କୁମାରୀ ବେହେରା, ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଭାରପ୍ରାପ୍ତ ସରପ‌ଞ୍ଚ ପି. ବାବାଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଗୋପାଳପୁର ବନ୍ଦର ନିକଟସ୍ଥ କଣମଣା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଏହି ଏଟିଏମ୍ ଗ୍ରାମବାସୀଙ୍କ ପାଇଁ ଉର୍ତ୍ସଗ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଏବଂ କୁନିକୁନି ପିଲାଙ୍କ ପାଇଁ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ଖେଳଣା ସରଞ୍ଜାମ ଗୁଡିକ ରଖାଯାଇଥିବା ଗୋପାଳପୁର ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି।

The post ଗୋପାଳପୁର ବନ୍ଦର ପକ୍ଷରୁ ବିଶୁଦ୍ଧ ପାନୀୟ ଏଟିଏମ୍ ଓ ଶିଶୁ ଉଦ୍ୟାନ ପ୍ରକଳ୍ପ କାର୍ଯ୍ୟକ୍ଷମ first appeared on Sambad.

from ଜିଲ୍ଲା | Sambad https://ift.tt/3zuSd2C