ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବନ ବିଭାଗ କର୍ମଚାରୀ ଶନିବାର ସକାଳେ କାଠ ବୋଝେଇ ‌ହୋଇଥିବା ୨ଟି ଗାଡ଼ି ଜବତ କରିଛନ୍ତି। ଜବତ ଗାଡ଼ିରେ ଲକ୍ଷାଧିକ ଟଙ୍କାର କାଠ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଏକ ବଲେରୋ (ଓଆର-୨୩ଇ-୮୫୩୭)ରେ କାଠ ଯାଉଥିବାର ଖବର ପାଇ ବନ ବିଭାଗର କର୍ମଚାରୀମାନେ ତାକୁ ପିଛା କରିଥିଲେ। ବଲେରୋଟି ମୁଦ୍ରାଜୋରରୁ ଅଇତାପାଲି ପଟେ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସ୍ୟମ ହରାଇ ରାସ୍ତାପାର୍ଶ୍ବରେ ଓଲଟି ପଡ଼ିଥିଲା। ଗାଡ଼ିର ଡ୍ରାଇଭର୍‌ ଫେରାର ହୋଇଯାଇଛି। ରେଞ୍ଜର୍‌ ବ୍ରଜମୋହନ ପଟ୍ଟନାୟକ, ଫରେଷ୍ଟର ବୁଧୁରାମ ରୋହିଦାସ, ଫରେଷ୍ଟ ଗାର୍ଡ ସୁରେଶ ତରାଇ, ପ୍ରଦୀପ ବେଶନ ପ୍ରମୁଖ ଗାଡ଼ିକୁ ଜବତ କରିଛନ୍ତି।

ସେହିପରି କିର୍ମିରା ବ୍ଲକ ଭଉଁରା ଚମ୍ପାପଡ଼‌ାରୁ ଏକ ଟାଟା ଏସିଇ (ଜେଏଚ୍‌-୦୫ୱାଇ-୪୬୧୮)ରେ ଚଉକାଠ ଭର୍ତ୍ତି ହୋଇ ଯାଉଥିବା ବେଳେ ବନ ବିଭାଗର କର୍ମଚାରୀ ବିପିନି ସା, ରୋହିତ ମାଝୀ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଗାଡ଼ି ଓ କାଠ ଜବତ କରିଥିଲେ। ଦୁଇ ଗାଡ଼ିରେ ଲକ୍ଷାଧିକ ଟଙ୍କାର କାଠ ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗାଡ଼ି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3Dv6W0e