
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ମହୁଲପଡ଼ା ଗାଁରେ ବଡ଼ ଧରଣର ଡକାୟତି ହୋଇଛି। ଗୁରୁବାର ରାତିରେ ଏହି ଗାଁର ଅବସରପ୍ରାପ୍ତ ହାଇସ୍କୁଲ କିରାଣି ଅଚ୍ୟୁତାନନ୍ଦ ପଣ୍ଡାଙ୍କ ଘରୁ ଡକାୟତମାନେ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ତନାଘନା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୁରୁବାର ରାତିରେ ଶ୍ରୀ ପଣ୍ଡାଙ୍କ ପରିବାର ଶୋଇଥିବା ସମୟରେ ଚୋରମାନେ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଆଲମାରିରେ ଥିବା ମଙ୍ଗଳସୂତ୍ର, ୨ଟି ସୁନା ଖଡ଼ୁ, ଗୋଟିଏ ସୁନାମୁଦି, ସୀତାହାର, ୫ଟି ଦାମୀ ଶାଢ଼ି ସହ ନଗଦ ୫ ହଜାର ଟଙ୍କା ଚୋରମାନେ ନେଇ ଯାଇଥିଲେ। ଏ ସଂପର୍କରେ ପରିବାର ଲୋକେ ଶୁକ୍ରବାର ସକାଳେ ଜାଣିବା ପରେ ବୋଡ଼େନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲା। ତଥାପି କୌଣସି ସୁରାକ୍ ପାଇ ନଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଛି, ଶୀଘ୍ର ଚୋର ଧରାପଡ଼ିବ ବୋଲି ଥାନା ଅଧିକାରୀ ଦିଲୀପ ଲାକ୍ରା ପ୍ରକାଶ କରିଛନ୍ତି।
The post ହାଇସ୍କୁଲ କିରାଣିଙ୍କ ଘରେ ଡକାୟତି, ୪ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଲେ first appeared on Sambad.from ଜିଲ୍ଲା | Sambad https://ift.tt/3yfEGuJ
0 Comments