ବୀରମହାରାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏହା ଫଳରେ ପ୍ରାକ୍‌ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏଥିପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ମଧ୍ୟ ଆରମ୍ଭ କରିସାରିଛି। ଏଥିରେ ପଛରେ ପଡ଼ିନାହିଁ ବିଜୁ ଜନତା ଦଳ। ସେଥିପାଇଁ ନିର୍ବାଚନ ଘୋଷଣା ନହେବା ପୂର୍ବରୁ ତାର ଶକ୍ତି ପ୍ରଦର୍ଶନ କରିବାସହ ମହିଳା କାର୍ଡ ଖେଳିଛି ଦଳ।

ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ମହିଳା ବିଜୁ ଜନତା ଦଳର ଏକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ମହିଳା ବିଜେଡି ପର୍ଯ୍ୟବେକ୍ଷକ ପ୍ରଭାସିନୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ବିଜେଡି ମହିଳା ସଭାନେତ୍ରୀ ପଦ୍ମିନୀ ବଘାର, ରାଜ୍ୟ ମହିଳା ସଂପାଦିକା ସୌଦାମିନୀ ଜେନା ପ୍ରମୁଖ ଯୋଗଦେଇଥିଲେ। ଆଗକୁ ପଂଚାୟତ ଓ ପୌରପରିଷଦ ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ଘନ ଘନ କର୍ମୀ ସମ୍ମିଳନୀ କରାଯାଉଥିବା ବେଳେ ମହିଳା କର୍ମୀ ସମ୍ମିଳନୀ ମଧ୍ୟ କରାଯାଉଛ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ତଥା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଥିବା ଯୋଜନାଗୁଡିକୁ ସାଧାରଣ ଲୋକଙ୍କ ପାଖକୁ ପଂହଚାଇବାକୁ ମହିଳା କର୍ମୀମାନଙ୍କୁ ମୁଖ୍ୟ ଅତିଥି ଅନୁରୋଧ କରିଥିଲେ । ଏହି ସମ୍ମିଳନୀରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବୀରମହାରାଜପୁର, ଉଲୁଣ୍ଡା, ବିନିକା ଓ ବିନିକା ଏନ୍‌ଏସିର ବହୁ ମହିଳା ସଭାନେତ୍ରୀ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ବିନିକା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ମମତା ମିଶ୍ର, ବିନିକା ବ୍ଳକ ମହିଳା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ, ବୀରମହାରାଜପୁର ବିଜେଡି ମହିଳା ସଭାନେତ୍ରୀ ସୁପ୍ରଭା ଖେତୀ, ଜିଲ୍ଲା ମହିଳା ସମ୍ପାଦିକା ଶାନ୍ତି ଲୁହା, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ସୁଲୋଚନା ହୋତା, ପୁଷ୍ପାଞ୍ଜଳି କର୍ଣ୍ଣ ପ୍ରମୁଖ। ତପସ୍ୱିନୀ ମେହେର ପ୍ରମୁଖ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

The post ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି: ମଣ୍ଡଳସ୍ତରୀୟ ମହିଳା ବିଜେଡି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ first appeared on Sambad.

from ଜିଲ୍ଲା | Sambad https://ift.tt/3BhvPdI