କଟକ: କଟକ ପରିବାର ଅଦାଲତରେ ବିଚାରାଧୀନ ଛାଡ଼ପତ୍ର ମାମଲାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ତରଫରୁ ସାକ୍ଷୀ ସଂପର୍କିତ ସତ୍ୟପାଠ (ଏଭିଡେନ୍ସ ଆଫିଡେଭିଟ୍) ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଛାଡ଼ପତ୍ର ଆବେଦନକୁ ଖାରଜ କରିବା ପାଇଁ ବର୍ଷାଙ୍କ ତରଫରୁ ଏକ ସାନି ପିଟିସନ୍ ଦାଖଲ କରାଯାଇଛି। ଅଗଷ୍ଟ ୩୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ୨୦୨୧, ମାର୍ଚ ୫ର ରାୟ ଅନୁସାରେ ଛାଡ଼ପତ୍ର ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।

The post ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ପରିବାର ଅଦାଲତରେ ସତ୍ୟପାଠ ଦାଖଲ first appeared on Sambad.

from ଜିଲ୍ଲା | Sambad https://ift.tt/3mFVsky