
ରାଉରକେଲା : ରାଜ୍ୟ କୀଟତତ୍ବବିତ୍ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ୯ଟି ଡେଙ୍ଗୁ ଅନୁଧ୍ୟାନକାରୀ ଟିମ୍ ଡେଙ୍କୁ ଚିହ୍ନଟ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରତ୍ୟେକ ଟିମ୍ରେ ଦୁଇଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ଟିମ୍ ରେଲୱେ କଲୋନି, ବନ୍ଧମୁଣ୍ଡା, ଇସ୍ପାତ ସହରାଞ୍ଚଳ ଓ ଆର୍ଏମ୍ସି ଅନ୍ତର୍ଗତ ମାଲଗୋଦାମବସ୍ତି ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ସମ୍ପୃ୍କ୍ତ ଅଞ୍ଚଳର ପରିମଳ ବ୍ୟବସ୍ଥା, ଏ ସଂକ୍ରାନ୍ତରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ରେଳବାଇ ଓ ଆର୍ଏସ୍ପି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ରେଲୱେ କଲୋନିର ସର୍ବାଧିକ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଟିମ୍ର ସଦସ୍ୟମାନେ ସାମ୍ପୁଲ ସଂଗ୍ରହ କରିଛନ୍ତି। ପରୀକ୍ଷା ପାଇଁ ପଠାଯାଇଛି।

ଅନୁରୂପ ଭାବେ ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। କେଉଁ କେଉଁ ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ସେ ସମ୍ପର୍କରେ କହିଛନ୍ତି। ପ୍ରଥମେ ରାଜ୍ୟ କୀଟତତ୍ବବିତ୍ ଦୀପ୍ତ ରଞ୍ଜନ ମହାପାତ୍ର ଓ ଟିମର୍ ସଦସ୍ୟମାନେ ଆର୍ଏମ୍ସି କାର୍ଯ୍ୟାଳୟରେ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ସହ ଆଲୋଚନା କରିଥିଲେ। ପରେ ୯ଟି ଟିମ୍ ପୃଥକ ପୃଥକ ଭାବେ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ବାହାରିଥିଲେ। ଆସନ୍ତାକାଲି (ଶୁକ୍ରବାର) ଅନ୍ୟ କିଛି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦିନ ପୂର୍ବେ ସୁନ୍ଦରଗଡ ଜିଲ୍ଲାରେ ମୋଟ ୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ସର୍ବାଧିକ ୧୬ ଜଣ ଥିଲେ ରେଲୱେ କଲୋନିରେ।
The post କ୍ଷେତ୍ର ପରିଦର୍ଶନ କଲେ ୯ ଡେଙ୍ଗୁ ଅନୁଧ୍ୟାନକାରୀ ଟିମ୍; ରେଲୱେ କଲୋନି, ବନ୍ଧମୁଣ୍ଡାରୁ ସଂଗ୍ରହ କଲେ ସାମ୍ପୁଲ first appeared on Sambad.from ଜିଲ୍ଲା | Sambad https://ift.tt/3lBKjQT
0 Comments