ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପାରୁ ପୋଖରୀବନ୍ଧ ମଧ୍ୟ ଅଞ୍ଚଳ ଦୁର୍ଘଟଣା ପ୍ରବଣ ପାଲଟିଛି। ଗୁରୁବାର ସନ୍ଧ୍ୟାରେ ରାୟପୁରରୁ ରାୟଗଡ଼ା ଯାଉଥିବା ଏକ ଭଲଭୋ ଟ୍ରକ୍‌ ଏଇ ରାସ୍ତାର ଢେପଗୁଡ଼ା ନିକଟସ୍ଥ ଏକ ନବନିର୍ମିତ ପୋଲ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଚାଳକ ଓ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଟ୍ରକ୍‌ଟି ମଝି ରାସ୍ତାରେ ଓଲଟି ପଡ଼ିବାରୁ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ରହିଥିଲା। ତିନୋଟି କ୍ରେନ୍ ଅଣାଯାଇ ଟ୍ରକ୍‌ଟିକୁ ରାସ୍ତାରୁ ହଟାଯିବା ପରେ ଯାତାୟତ ସ୍ବାଭାବିକ ହୋଇଛି।

The post ଲାଞ୍ଜିଗଡ଼: ଘାଟିରେ ଟ୍ରକ୍‌ ଓଲଟି ରାସ୍ତା ଅବରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3xr6USH