ଘଣ୍ଟାପଡ଼ା : ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବଡ଼ଝାରମୁଣ୍ଡା ଛକରୁ ଅବକାରୀ ବିଭାଗ ଗଞ୍ଜେଇ ସହିତ ଏକ ବାଇକ୍‌ ଜବତ କରିଥିବା କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆ କହିଛନ୍ତି।

ସୂଚନାନୁସାରେ କଣ୍ଟାମାଳ ଅବକାରୀ ବିଭାଗର ଏକ ଟିମ୍‌ ପାଟ୍ରୋଲିଂ କରୁଥିବା ସମୟରେ ବଡଝାରମୁଣ୍ଡା ଛକରେ ଏକ ବାଇକ୍‌ରେ ଜଣେ ଦ୍ରୁତ ଗତିରେ ଆସୁଥିବା ଦେଖି ଅଟକାଇଥିଲା। ବାଇକ ଯାଞ୍ଚ କରିବାକୁ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏଇ ସମୟରେ ବାଇକ୍‌ ଚାଳକ ଜଣକ କୌଶଳ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ତାହା ୬୦ କେଜି ଥିବା ଜଣାପଡ଼ିଥିଲା। ଏନେଇ କେସ୍‌ ନମ୍ବର ୩୦/୨୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପାଟ୍ରୋଲିଂରେ ଅବକାରୀ ଥାନା ଅଧିକାରୀଙ୍କ ସମେତ କନ୍‌ଷ୍ଟେବଳ୍‌ ଅସିତ ପ୍ରଧାନ, ଶେଖ ଅବୁ ତାହାର, ସତ୍ୟନନ୍ଦନ ମୁଖି, ପ୍ରଫୁଲ୍ଲ ଭୁକ୍ତା, ରେଣୁ ପ୍ରିୟା ଭୋଇ ଏବଂ ବିଜୟ ବାଘ ପ୍ରମୁଖ ସାମିଲ ଥିଲେ।

The post ଅବକାରୀ ଚଢ଼ଉ, ୬୦ କେଜି ଗଞ୍ଜେଇ ଓ ବାଇକ୍‌ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3mmgzb7