
ଘଣ୍ଟାପଡା : କଣ୍ଟାମାଳ ବ୍ଲକ୍ ଆମ୍ବଗାଁ ପଞ୍ଚାୟତ ଡେଢେଣମାଲଠାରୁ ଖୁଣ୍ଟିଗୋରା ପଞ୍ଚାୟତକୁ ଯିବା ପାଇଁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ପଞ୍ଚାୟତକୁ ଗୁହାରି କରିଥିଲେ ହେଁ ରାସ୍ତା ସମସ୍ୟାର ସମାଧାନ କରିବାରେ କୈାଣସି ତତ୍ପରତା ଦେଖାଇ ନଥିଲା। ଶେଷରେ ଗ୍ରାମବାସୀ ଶିବଶଙ୍କର କାଲସେଙ୍କ ନେତୃତ୍ୱରେ ନିଜେ ରାସ୍ତାକୁ ସଜାଡ଼ିଛନ୍ତି।
ଉକ୍ତ ରାସ୍ତାରେ ଥିବା ନାଳ ଉପରେ ଏକ କଲଭର୍ଟ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମବାସୀ ଖୁଣ୍ଟିଗୋରାରେ ଥିବା ପ୍ରାଥମିକ ଚିକିତ୍ସାଳୟକୁ ଯିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି। ଏଣୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ରାସ୍ତାରେ ଏକ କଲଭର୍ଟ ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ପ୍ରକାଶ କରିଛନ୍ତି।
The post ବାରମ୍ବାର ଅଭିଯୋଗ ପରେ ବି ଶୁଣିଲେନି ପଞ୍ଚାୟତ କର୍ତ୍ତୃପକ୍ଷ, ଶ୍ରମଦାନ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3j5DLIM
0 Comments