ବାରିପଦା: ବାରିପଦା ସହରର ଉପକଣ୍ଠରେ ଅବସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ୍ ଟେକ୍ନୋଲଜିରେ ଆଜି ଏକ ବହୁମୁଖୀ କମ୍ପାନି ପକ୍ଷରୁ କ୍ୟାମ୍ପସ୍ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରସ୍ଥିତ ଭାରତୀୟ ବହୁମୁଖି କମ୍ପାନି ରାମଟେକ୍ ସଫ୍ଟଓୟାର୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଡିଭାଇନରେ କ୍ୟାମ୍ପସ୍ ଚୟନ ପ୍ରକ୍ରିୟା କରିଥିଲା । କରୋନା ମହାମାରୀ ସମୟରେ ଏହି କ୍ୟାମ୍ପସ୍ ଚୟନ ଛାତ୍ରଛାତ୍ରୀଙ୍କ ପାଇଁ ଦୁର୍ବିପାକ ସମୟରେ ଏକ ଆଶାର ଆଲୋକ ଭଳି ଥିବା ଛାତ୍ରଛାତ୍ରୀ ମତ ରଖିଛନ୍ତି। ଏହି କ୍ୟାମ୍ପସ୍ ଚୟନ ପ୍ରକ୍ରିୟାରେ ଡିଭାଇନର ଇଲେକ୍ଟ୍ରିକାଲ୍, ସିଭିଲ୍, ମେକାନିକାଲ୍ ଓ କମ୍ବୋ ବ୍ରାଞ୍ଚ (ଇଲେକ୍ଟ୍ରିକାଲ୍ ଓ ମେକାନିକାଲ୍ ବ୍ରାଞ୍ଚ)ରୁ ୫୦ ଜଣ ଛାତ୍ରଛାତ୍ରୀ ଭୁବନେଶ୍ଵରରେ ଚାକିରି ପାଇବା ପାଇଁ ଯୋଗ୍ୟ ବେବେଚିତ ହୋଇଛନ୍ତି ।

ଅନୁଷ୍ଠାନର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଏହି ଚୟନ ପ୍ରକ୍ରିୟାରେ ନିଜର ଖୁସି ବ୍ୟକ୍ତ କରିବା ସହ ନିଯୁକ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଚଳିତ ଶିକ୍ଷା ବର୍ଷରେ କରୋନା ସତ୍ତ୍ୱେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଯୋଗାଇଦେବା ନେଇ ଡିଭାଇନ୍ ଲକ୍ଷ୍ୟ ରଖିଥିବା କହିଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ବୁଗୁଡ଼େଇ। ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଅଭିନ୍ନ କୁମାର ଦାସ, ଉପଦେଷ୍ଟା ତଥା ଶିଳ୍ପ ବିଶେଷଜ୍ଞ ରଞ୍ଜନ ବାନାର୍ଜି, ତାଲିମ୍ ଓ ନିଯୁକ୍ତି ବିଭାଗର ପ୍ରକାଶ ଚନ୍ଦ୍ର ସା ଓ ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇଥିଲେ ।

 

The post ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନରେ ରାମଟେକର କ୍ୟାମ୍ପସ୍ ଚୟନ, କରୋନା ମହାମାରୀ ସତ୍ତ୍ବେ ୫୦ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3svfleX