ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ଶ୍ରୀ ଦାସ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର କର୍ମୀମାନଙ୍କୁ ଦେଇଥିଲେ। ଜିଲ୍ଲାରେ ପଞ୍ଚାୟତସ୍ତରୀୟ କମିଟି, ଜୋନାଲ କମିଟି ଇତ୍ୟାଦି ଗଠନ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି କମିଟି ତୃଣମୂଳସ୍ତରରେ ପହଞ୍ଚି ଲୋକଙ୍କୁ ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟଗୁଡିକକୁ ପହଞ୍ଚାଇବ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସମସ୍ତ କର୍ମୀଙ୍କ ଦାୟିତ୍ୱ ରହିବା ଦରକାର ବୋଲି କୁହାଯାଇଛି।

ମାଲକାନଗିରି ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ ଯେପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏଥର ଦଳ ଭଲ ପ୍ରଦର୍ଶନ କରିବାର ଆଶା ପ୍ରକଟ କରିଛି। ଜିଲ୍ଲାରେ ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି। ଦଳରେ ରହିଥିବା ମନୋମାଳିନ୍ୟ ଦୁର କରି ସମସ୍ତେ ଏକ ହୋଇ ଦଳକୁ ଆଗକୁ ନେବାକୁ କୁହାଯାଇଛି।

ତେବେ ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, କୋରାପୁଟ ବିଧାୟକ ରଘୁରାମ ପାଡାଲ, ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡୀ, ପ୍ରଭାକର ପ୍ରଧାନ, ନୃହିଂହ ଚରଣ ମହାନ୍ତି, ଦୁର୍ଗା ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ତାପସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

The post ବିଜେଡିର ସାଂଗଠନିକ ବୈଠକ: ଯୋଗ ଦେଲେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ first appeared on Sambad.

from ଜିଲ୍ଲା | Sambad https://ift.tt/3jyKHwY