ଜୟପୁର: ‘ସିୱା’ ମହିଳା ଶାଖା ଦ୍ଵାରା ଆଜି ଫାମ୍ପୁଣୀ ଏମ ଇ ସ୍କୁଲ୍ ଓ ହାଇସ୍କୁଲ୍ ପରିସରରେ ୬୦ଟି ବୃକ୍ଷରୋପଣ କରାଯାଇଛି। ଏହି ମହିଳା ଶାଖା ପକ୍ଷରୁ ଗତ ରକ୍ଷାବନ୍ଧନ ସମୟରେ ଗଛ ମାନଙ୍କର ସୁରକ୍ଷା ପାଇଁ ଗଛକୁ ରାକ୍ଷୀ ବାନ୍ଧି ନିଆରା ପରମ୍ପରା ଆରମ୍ଭ କରିଥିଲେ। ଗତ କିଛି ମାସ ହେବ ଏହି ଶାଖା ପକ୍ଷରୁ ଜୟପୁର ସହର ଏବଂ ଆଖପାଖ ଗାଁର ସ୍କୁଲ, ଲଣ୍ଡା ପାହାଡ଼ ଆଦିରେ ବୃକ୍ଷ ରୋପଣ ପ୍ରକ୍ରିୟା ଜାରି ରହିଛି।

ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ସଭାନେତ୍ରୀ କେ. ଦିବ୍ୟା ମୋହନ, ସମ୍ପାଦିକା ସୁମନ ମୂନ୍ଦ୍ରା,ମମତା ନାୟକ, ସୁଭସ୍ମିତା ସାହୁ, ବାଣୀ ପଟ୍ଟନାୟକ, ଲିପିକା ପାତ୍ର, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଜି ମୈତ୍ରୀ  ଓ ଅନ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ।

ସେଭଳି ଏଥିରେ  ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଳକୃଷ୍ଣ ଚୌଧୁରୀ, ଏମ.ଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ  ନିବେଦିତା ସାହୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ  ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସଭ୍ୟ ଜି.ଭି.ରେଡ୍ଡୀ ପରିଚାଳନା କରିଥିଲେ।

The post ‘ସିୱା’ ମହିଳା ଶାଖା ପକ୍ଷରୁ ପାମ୍ପୁଣୀରେ ବୃକ୍ଷରୋପଣ first appeared on Sambad.

from ଜିଲ୍ଲା | Sambad https://ift.tt/3gLe0Mf