କୋରେଇ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା। ନ୍ୟାୟପାଳିକା ସମସ୍ତ ୧୩ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏହାପରେ ବି ପୁଲିସ କାହା ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। କୋରେଇର ବେଣାପୁର ଗୋଲେଇ ଛକରେ ଆଜି କୋରେଇ ଯୁବମୋର୍ଚ୍ଚା ତରଫରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଯୁବମୋର୍ଚ୍ଚାର ସଦସ୍ୟମାନେ କହିଛନ୍ତି।

ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଅମ୍ଳାନ ସାହୁ, ଉପସଭାପତି ସନ୍ଦୀପ ପରିଡ଼ା, ସଂଯୋଜକ ଅମୂଲ୍ୟ ସାହୁ, ମଣ୍ଡଳ ଯୁବ ସଭାପତି ସୁଜିତ୍ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଯୁବନେତା ଲଲାଟେନ୍ଦୁ ନାୟକ, ଅମର ମଲ୍ଲିକ, ସୁବାସ ମଲ୍ଲିକ, ଆଲୋକ କର, ସରୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ରଞ୍ଜନ ପରିଡ଼ା, ବିପିନ ବାରିକ, ସୁରେନ୍ଦ୍ର କୁଅଁର, ଚକ୍ରଧର ସାହୁ, ନିହାର ରଞ୍ଜନ ସାହୁ, ଦେବାଶିଷ ପାଣିଗ୍ରାହୀ, ଆଲୋକ କୁମାର, ପ୍ରଶାନ୍ତ ସାହୁ, ହରେକୃଷ୍ଣ ସାହା, ସୌରଭ ସାହୁ, ସୁନୀଲ ପଥାଳ, ଜଗବନ୍ଧୁ ମାଝି ପ୍ରଭୃତି ଏଥିରେ ସାମିଲ ଥିଲେ।

The post ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/2Wz7ukV