
ବରଗଡ଼ : ବରଗଡ଼ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟରେ ସପ୍ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟରେ ଅନଲାଇନ ବିକ୍ରି ଏବଂ ଡିସକାଉଣ୍ଟ କୁପନର ଶୁଭାରମ୍ଭ ହୋଇଛି। ଫଳରେ ଏଣିକି ସାରା ବିଶ୍ବ ସମ୍ବଲପୁରୀ ବସ୍ତ୍ରାଳୟରୁ ପ୍ରସ୍ତୁତ ଲୁଗା ଅନ୍ଲାଇନ୍ରେ କିଣି ପାରିବ।
ଜିଲ୍ଳାପାଳ ମନିଷା ବାନାର୍ଜୀ ଏହାର ଶୁଭାରମ୍ଭ କରିଥିଲେ। ବଜାରକୁ ସୁଦୃଢ଼ କରିବା ତଥା ବୁଣାକାରଙ୍କୁ ଉତ୍ସାହିତ କରିବା ସକାଶେ ହସ୍ତତନ୍ତ ସାମଗ୍ରୀ ଆଦରି ନେବାକୁ ଜିଲ୍ଳାପାଳ ଶ୍ରୀମତୀ ବାନାର୍ଜୀ ନିବେଦନ କରିଥିଲେ। ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମିତିର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ ଏବଂ ବାଣିଜ୍ୟ ଅଧିକାରୀ ହେମନ୍ତ ମିଶ୍ର ଉପସ୍ଥିତ ଥିଲେ ।
The post ସାରା ବିଶ୍ବ କିଣି ପାରିବ ସମ୍ବଲପୁରୀ ବସ୍ତ୍ରାଳୟର ଲୁଗା first appeared on Sambad.from ଜିଲ୍ଲା | Sambad https://ift.tt/3fJIjlZ
0 Comments