ସମ୍ବଲପୁର : ହୀରାକୁଦ ବନ୍ଧର ସବୁ ଗେଟ୍ ବନ୍ଦ ଥିବାବେଳେ ଶନିବାର ରାତି ୯ଟା ବେଳକୁ ଜଳସ୍ତର ୬୧୦.୭୫ ଫୁଟ୍‌ ଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୨୭,୭୫୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସେଥିରୁ ପାୱାର୍ ଚାନେଲ୍ ଦେଇ ୨୩,୪୬୮ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲ୍‌କୁ ୩,୨୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌କୁ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୧ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୨୬୯ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୦.୩୭ ମିଲିମିଟର୍‌, ତଳ ମୁଣ୍ଡରେ ୧.୬୧ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

The post ହୀରାକୁଦ ଜଳସ୍ତର ୬୧୦.୭୫ ଫୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3CuJRde