ବାରିପଦା: ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପକ୍ଷରୁ ସ୍ଥାନୀୟ ବାରିପଦା ପୋଡାଅସ୍ତିଆ ନିକଟରେ ଥିବା ବିର୍ଷାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର କୁତ୍ରା ବ୍ଲକରେ ଘରୋଇ କମ୍ପାନୀ ଜିନ୍ଦଲ ଏବଂ ଓସିଏ ସିମେଣ୍ଟ କମ୍ପାନୀ ଦ୍ଵାରା ଆଦିବାସୀ ତଥା ମୂଳବାସୀମାନଙ୍କ ଜମି ଅଧିଗ୍ରହଣ ବିରୋଧରେ ବିକ୍ଷୋଭ ହେଉଛି ସ୍ଥାନୀୟ ବାସିନ୍ଦାଙ୍କ ଦାବିଙ୍କୁ ସମର୍ଥନ ଜଣାଇବା ପାଇଁ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇଥିବା ଜେଏମଏମ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଅଞ୍ଜନୀ ସୋରେନଙ୍କ ସମେତ ତାଙ୍କର ସହକର୍ମୀମାନଙ୍କୁ ରାଉରକେଲାର ଏକ ହୋଟେଲରେ ନଜରବନ୍ଦୀ କରି ଅଟକ ରଖାଯାଇଛି ।

ଦଳ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହିତ ଦୃଢ ନିନ୍ଦା କରିଛି । ପୂର୍ବରୁ ମଧ୍ୟ ଆଦିବାସୀମାନଙ୍କ ଜଳ ଜଙ୍ଗଲ ଏବଂ ଜମିକୁ ସୁରକ୍ଷା ଦେବାପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଂଗ୍ରାମ ଜାରି ରଖିଥିଲା ଆଗକୁ ମଧ୍ୟ ସଂଗ୍ରାମ କରିବ । ଯଥାଶୀଘ୍ର ରାଜ୍ୟ ଅଧ୍ୟକ୍ଷାଙ୍କ ସମେତ ତାଙ୍କ ସହ କର୍ମୀମାନଙ୍କୁ ନଜର ବନ୍ଦିରୁ ମୁକ୍ତ କରାନଯାଏ ତେବେ ରାଜରାସ୍ତାରେ ନିଆଁ ଜଳିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ-୧ ସଭାପତି ପ୍ରଭୁଦାନ ମାର୍ଣ୍ଡିଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଅର୍ଜୁନ ମୁର୍ମୁ, ସମ୍ପାଦକ ଚୈତନ୍ୟ ସୋରେନ, ବାବୁଲୁ ମୁର୍ମୁ, ସୁନୀଲ କୁମାର ଟୁଡ଼ୁ, ବିଶ୍ୱନାଥ ମୁର୍ମୁ, ଡାକ୍ତର ସିଂ, ରଞ୍ଜୀତ ଦାସ, କେଦାର ସିଂ, ବିଭୂତି ସିଂ, ଜଗଦିଶ ସିଂ, ରାଜୁ ସିଂ, ଗଣେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

The post ଜେଏମଏମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ first appeared on Sambad.

from ଜିଲ୍ଲା | Sambad https://ift.tt/2UH8wKF