
ବୁର୍ଲା: କରୋନା ସଂକ୍ରମଣରେ ହ୍ରାସ ପାଉଥିବା ବେଳେ ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ମଧ୍ୟ ଆସ୍ତେ ଆସ୍ତେ ସ୍ୱାଭାବିକ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡ୍ଲାଇନ ଅନୁସାରେ ଲୋକମାନଙ୍କ ସୁବିଧା ସୁଯୋଗକୁ ଆଖିଆଗରେ ରଖି ପ୍ରଥମେ ଦୋକାନ ବଜାରର ଖୋଲିବା ସମୟରେ ବୃଦ୍ଧି, ସପ୍ତାହନ୍ତ ଲକ୍ଡାଉନ୍ କୋହଳ, ପରବର୍ତ୍ତୀ ସମୟରେ ସିନେମା ହଲ୍, ରେଷ୍ଟୁରାଣ୍ଟ, ପାର୍କ ଓ ଧର୍ମାନୁଷ୍ଠାନ ଖୋଲିବା ଭଳି ପଦକ୍ଷେପ ନିଆଯାଇଥିଲା। ଏହି କ୍ରମରେ ମଙ୍ଗଳବାର ବୁର୍ଲାସ୍ଥିତ ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ଓ ସାଇନ୍ସପାର୍କ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା
ଏହି ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ୍ ଖୋଲିବା ପରେ ଖୁସିବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ। କିନ୍ତୁ, ଦୀର୍ଘଦିନରୁ ବନ୍ଦ ରହିଥିବା ଯୋଗୁଁ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ପରିସର ଶୋଚନୀୟ ଅବସ୍ଥାରେ ରହିଥିଲା। ସମସ୍ତ ଯନ୍ତ୍ରପାତିର ବି ସଫେଇ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ଼ଲାଇନ ହିସାବରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିଛି ପ୍ଲାନେଟାରିୟମର ସୋ’। ସାମାଜିକ ଦୂରତା ମାସ୍କ ଓ ସାନିଟାଇଜରକୁ ପ୍ରାଥମିକତା ଦିଆଯାଇଛି। ପ୍ରତ୍ୟେକ ସୋ’ ଭିତରେ ଅଧ ଘଣ୍ଟା ବ୍ୟବଧାନ ରଖି ସାନିଟାଇଜ୍ କରାଯାଉଛି। ପ୍ରତ୍ୟେକ ଦିନ ଅଳ୍ପ କିଛି ପର୍ଯ୍ୟଟକ ଆସିଥିବା ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମର ଅଧିକାରୀ ରାକେଶ ସାହୁ ପ୍ରକାଶ କରିଛନ୍ତି।
The post କୋଭିଡ୍ କଟକଣା ଭିତରେ ଖୋଲିଲା ପ୍ଲାନେଟାରିୟମ୍ first appeared on Sambad.from ଜିଲ୍ଲା | Sambad https://ift.tt/3yP4O0c
0 Comments