କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁପୁତ୍ରର ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କେନ୍ଦୁଝର ସଦର ଥାନା ନୂଆଗାଁ ପଞ୍ଚାୟତର ସଞ୍ଜୟ ମୁଣ୍ତାଙ୍କ ପୁଅ ବିପିନ (୨)।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ବିପିନଙ୍କୁ ଜ୍ବର ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିପିନଙ୍କ ମୃତ୍ୟୁ ଘଟିଛି। ଖବର ପାଇ କେନ୍ଦୁଝର ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

The post ଶିଶୁପୁତ୍ରର ଅସ୍ବାଭାବିକ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/37d29Bu