
ଚାନ୍ଦବାଲି: ସିବିଏସ୍ଇ ରେଜଲ୍ଟ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୟଶ ଖଣ୍ଡେଲୱାଲ ୯୯ ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ଭଲ ନମ୍ବର ରଖି ରାଜ୍ୟ ତଥା ଚାନ୍ଦବାଲିର ନାମ ବୃଦ୍ଧି କରିଛନ୍ତି।
ୟଶ ଖଣ୍ଡେଲୱାଲ ଚାନ୍ଦବାଲିର ପ୍ରମୁଖ ବ୍ୟବସାୟୀ ଅରୁଣ ଖଣ୍ଡେଲୱାଲଙ୍କ ପୁଅ ଅଟନ୍ତି। ସେ ଭୁବନେଶ୍ୱରସ୍ଥିତ କିଟ୍ ସ୍କୁଲର ଛାତ୍ର ଅଟନ୍ତି। କିଟ୍ ସ୍କୁଲରେ କେବଳ ଦୁଇ ଜଣ ଛାତ୍ର ୯୯ ପ୍ରତିଶତ ମାର୍କ ରଖିଥିବା ବେଳେ ସେଥିରେ ସ୍ଥାନ ପାଇଛନ୍ତି ୟଶ।
ତେବେ ରେଜଲ୍ଟ ପ୍ରକାଶ ପାଇବା ପରେ ୟଶ ଖଣ୍ଡେଲୱାଲଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବରୁ ୨୦୧୮ ନ୍ୟାସନାଲ ସାଇନ୍ସ କଂକୱେର ପରୀକ୍ଷାରେ ଏକମାତ୍ର ଛାତ୍ର ଭାବରେ ମନୋନୀତ ହୋଇ ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ସେହିପରି ୨୦୨୧ ଏନ୍ଏସ୍ଓ ( ନ୍ୟାସନାଲ ସାଇନ୍ସ ଅଲିମ୍ପିଆଡ) ରେ ରାଜ୍ୟର ଏକମାତ୍ର ଏନ୍ଏସ୍ଓ ମେଡାଲ ପାଇ ଗୌରବ ବୃଦ୍ଧି କରିଥିଲେ। ୟଶ ଆଗକୁ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି।
The post ସିବିଏସ୍ଇରେ ୟଶ୍ ଖଣ୍ଡେଲୱାଲ୍ ରଖିଲେ ୯୯.% ମାର୍କ, ବୈଜ୍ଞାନିକ ହେବା ଲକ୍ଷ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/3xra3BL
0 Comments