ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଶିଳ୍ପକେନ୍ଦ୍ର ଭାବେ ପରିଚିତ ଝାରସୁଗୁଡ଼ା ରେଳ ଷ୍ଟେସନର ବିକାଶ ସହ ସହରରେ ଏକ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଦାବି କରାଯାଇଛି

ଏ ନେଇ ଏକ ଦାବିପତ୍ର ବିଜେପି ରାଜ୍ୟ ସଚିବ ଟଙ୍କଧର ତ୍ରିପାଠୀ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି   ଏହି ଦାବିପତ୍ରରେ ଝାରସୁଗୁଡ଼ାରେ ଏକ ସ୍ବତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା, ଝାରସୁଗୁଡ଼ା ଓ ବ୍ରଜରାଜନଗର ରେଳ ଷ୍ଟେସନର ବିକାଶ ଓ ଆଧୁନିକୀକରଣ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ରେଳ ଡମ୍ପିଂୟାର୍ଡ ସ୍ଥାପନ, ଚୌକଲପଦା ଓ ବାଲିଜୋଡ଼ିଠାରେ ରେଳ ଓଭରବ୍ରିଜ ନିର୍ମାଣ ଆଦି ଦାବି ଉପସ୍ଥାପନ କରାଯାଇଛି   ଏହା ସହିତ ପୂର୍ବରୁ ସର୍ଭେ ହୋଇଥିବା ଝାରସୁଗୁଡ଼ା ଭାୟା ଅମ୍ବିକାପୁର ରେଳଲାଇନ ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଛି   ଏହି ରେଳ ଲାଇନ ନିର୍ମାଣ କରାଗଲେ ଓଡ଼ିଶାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଛତିଶଗଡ଼ର ରାଲଗଡ଼ ଜିଲ୍ଲାର ଲୋକମାନେ ଉପକୃତ ହେବାର ସମ୍ଭାବନା ରହିଛି  

ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲ୍ଲାର ବାଗଡିହି ରେଳ ଷ୍ଟେସନରେ ରେଳ ରହଣି ପାଇଁ ସେ ଦାବି କରିଛନ୍ତି    କରୋନା ମହାମାରୀ ପୂର୍ବରୁ ଏହି ରେଳ ଷ୍ଟେସନରେ ଇସ୍ପାତ, ରାଜ୍ୟରାଣୀ ଓ ତପସ୍ବିନୀ ଏକ୍ସପ୍ରେସ ରହୁଥିଲା   ମାତ୍ର ମହାମାରୀ ବ୍ୟାପିବା ପରେ ଏହି ଷ୍ଟେସନରେ ଟ୍ରେନ ରହୁନାହିଁ   ଫଳରେ ଏହି ଷ୍ଟେସନ ଉପରେ ନିର୍ଭର କରୁଥିବା  କିଲବିରା, କୁଲବୀରା ଓ ଲାଇକେରା ତଥା ସୁନ୍ଦରଗଡ଼ର କେତେକ ଅଂଚଳର ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି   ଏଣୁ ଏହି ଷ୍ଟେସନରେ ଟ୍ରେନ ରହିଣି ଆରମ୍ଭ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି  

The post ଝାରସୁଗୁଡ଼ାରେ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ପାଇଁ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3jmZqLm