
ସମ୍ବଲପୁର : ମହାନଦୀରୁ ରବିବାର ଜଣେ ଯୁବତୀଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଯୁବତୀ ଜଣକ ପାଣିରେ ଫଶି ରହିଥିବା ବେଳେ ଚିତ୍କାର କରୁଥିବା ସ୍ଥାନୀୟ ଲୋକେ ଶୁଣିଥିଲେ। ପିସିଆର୍ ଭ୍ୟାନ୍କୁ ଏ ନେଇ ଲୋକେ ଜଣାଇଥିଲେ। ପିସିଆର୍ ଭ୍ୟାନ୍ ଆସି ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା। ପୁଲିସ ପକ୍ଷରୁ ସୂଚନା ପାଇ ଅଗ୍ନିଶମ ବାହିନୀ ମହାନଦୀ ଭିତରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଯୁବତୀ ଜଣକ ସୁସ୍ଥ ହେବା ପରେ ତାଙ୍କ ମା’ଙ୍କ ସହ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ତେବେ ସେ କେମିତି ସେଠାରେ ଫଶିଲେ ସେ ନେଇସେ କିଛି କହିନାହାନ୍ତି। ଯୁବତୀଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ହୋଇଥିବା ବେଳେ ସେ ସମ୍ବଲପୁରରେ ରହୁଥିବା ଜଣାପଡ଼ିଛି।
The post ମହାନଦୀରୁ ଯୁବତୀ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3fl31bI
0 Comments