ବାଲିଅନ୍ତା:ବାଲିଅନ୍ତା ଥାନା ପୁଲିସ ଗତକାଲି ବାଳକାଟି ଫାଣ୍ଡି ଅଧୀନ ରଥିଜେମାରୁ ବିପୁଳ ପରିମାଣର ଚୋରା ମଦ ଜବତ କରିଥିବା ବେଳେ ସ୍ଥାନୀୟ ଭୁବନପୁର ଗ୍ରାମରୁ ପୁଣି ଅନୁରୂପ ଭାବେ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଏହି ଚୋରାମଦ କାରବାର ମାମଲାରେ ପୁଲିସ ସଂପୃକ୍ତ ଚୋରା ବ୍ୟବସାୟୀ ମନୋରଞ୍ଜନ ଦାସ(୫୦) ଏବଂ ତାଙ୍କ ପୁଅ ଉତ୍ତମ ଦାସଙ୍କୁ (୨୭) ଗିରଫ କରି କୋର୍ଟ ଚାଲାଣ କରିଛି।

କୋର୍ଟରେ ଉଭୟ ବାପ ଓ ପୁଅଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କୁଖ୍ୟାତ ମଦ ବ୍ୟବସାୟୀ ବାବୁରାମ ଦୀର୍ଘବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଚୋରାମଦ କାରବାର ଚଳାଇ ଆସୁଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା।

ଗତକାଲି ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସଦଳବଳେ ବାବୁରାମ ଘରେ ଚଢ଼ଉ କରି ୩୦ ଲିଟର ମଦ ଜବତ କରିବାରେ ସଫଳ ହୋଇଥିଲେ। ଜବତ ମଦ ଭିତରେ ରହିଛି ବିଭିନ୍ନ ବିଦେଶୀ ବ୍ରାଣ୍ଡ,ଆସ୍କାଫର୍ଟି ଦେଶୀ ଓ ବିଅର।

The post ବିପୁଳ ପରିମାଣର ମଦ ଜବତ, ଜେଲଗଲେ ବାପ ପୁଅ first appeared on Sambad.

from ଜିଲ୍ଲା | Sambad https://ift.tt/2WDKX6v