କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ପୁଲିସ ୧୬ଟି ଗୋରୁ ଊଦ୍ଧାର କରିବା ସହ ବେଆଇନ ଗୋରୁ ଚାଲାଣ କରୁଥିବା ୫ଜଣଙ୍କୁ ଗିରଫ କରିଛି। ଉଦ୍ଧାର ଗୋରୁ ଗୁଡ଼ିକୁ ଚିକିତ୍ସା ପରେ ବଡ଼ବିଲ ଗୋଶାଳାକୁ ପଠାଇ ଦିଆଯାଇଛି।

ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଜୁଙ୍ଗା ରାସ୍ତାରେ ଗୋରୁ ଚୋରା ଚାଲାଣ ହେଉଥିଲା। ଖବର ପାଇ ୧୪ ତାରିଖ ବିଳମ୍ବିତ ରାତିରେ ପଣ୍ଡାପଡ଼ା ଥାନା ଅଧିକାରୀ ତଥା ଡିଏସ୍‌ପି ଅଞ୍ଜନା ଟୁଡୁ ଏବଂ ଅନ୍ୟ ପୁଲିସ କର୍ମଚାରୀ ଜୁଙ୍ଗା ରାସ୍ତାର ଏକ ପୋଲ ଉପରେ ଗୋରୁ ଗାଡ଼ିକୁ ଅଟକାଇଥିଲେ। ଏସକର୍ଟ କରୁଥିବା ଏକ ବୋଲେରୋ ସହ ଦୁଇଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଥିଲେ। ଏନେଇ ପଣ୍ଡାପଡ଼ା ଥାନାରେ କେସ୍‌ ନମ୍ବର ୮୦/୨୦୨୧ ଦଫା ୪୨୯, ୩୭୯, ୪୧୧, ୩୪ ଆଇପିସି, ୧୧ ପ୍ରିଭେନସନ୍ ଅଫ୍ (କ୍ରୁଏଲିଟି) ଆନିମଲ ଆକ୍ଟ, ସେକ୍ସନ(୭) କାଓ ସ୍ଲଟର ଆକ୍ଟରେ ମାମଲା ରୁଜୁ ହୋଇଛି। ପାଟଣା ଅଞ୍ଚଳର ମହମ୍ମଦ ସକିର ଆଲାମ, ରାଇରଙ୍ଗପୁରର ଇନ୍ଦ୍ରଜିତ ମୁଖୀ, ମହମ୍ମଦ ଅଫରୁଜ, ଢେଙ୍କିକୋଟ ସାନ୍ତରାପୁର ଅଞ୍ଚଳର ସେକ୍‌ ହାକିମ, ସେକ୍‌ ନାଜିର ହୁସେନକୁ ଗିରଫ କରାଯାଇଛି।

The post ୧୬ ଗୋରୁ ଉଦ୍ଧାର, ୫ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2UragHY