
ଦଶରଥପୁୁର : ଇସ୍ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳ ହତ୍ୟାକାଣ୍ଡ ମାମଲାରେ ପୁଲିସର ତଦନ୍ତ ଶୈଳୀକୁ ବିରୋଧ କରି ମଙ୍ଗଳପୁର ଥାନା ଆଗରେ ଚାଲିଥିବା ଧାରଣା ତୃତୀୟ ଦିନରେ ଜାରି ରହିଛି। ଅଟଳଙ୍କ ଭାଇ ରଂଜନ କୁଅଁର, ସମାଜସେବୀ ସରୋଜ ବିଶ୍ୱାଳଙ୍କ ସମେତ ବହୁ ଗ୍ରାମବାସୀ ଏଥିରେ ସାମିଲ ହୋଇଛନ୍ତି। ଫୋନ ଯୋଗେ ରଂଜନଙ୍କ ସହ ଏସଡିପିଓ କଥା ହୋଇଥିବାବେଳେ କୌଣସି ସମାଧାନ ବାହାରି ପାରିନାହିଁ। ହତ୍ୟା ମାମଲାର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସୂଚନା ଦିଆଯାଇଛି।
ଆଜି ସନ୍ଧ୍ୟାରେ ଏସପି ରାହୁଲ ପିଆର ରଂଜନକୁ ପାଣିକୋଇଲିକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଧାରଣାରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ। ଯେ ପର୍ଯ୍ୟନ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ନଧରିଛି ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
The post ଅଟଳ ହତ୍ୟା ମାମଲା, ଥାନା ଆଗରେ ଧାରଣା ଜାରି first appeared on Sambad.from ଜିଲ୍ଲା | Sambad https://ift.tt/37L5V5k
0 Comments