
କୋରାପୁଟ: ସ୍ଥାନୀୟ ସାନ ଚିନ୍ଦିରି ଗାଁ ଓ ରାୟଗଡା ରୋଡରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କରାଯାଇଛି। କୋରାପୁଟ ସମ୍ବାଦ ସାହିତ୍ୟ ଘରର ସଭାପତି ଜଗବଂଧୁ ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଚିନ୍ଦିରି ଦେଇ ଯାଉଥିବା ଜାତୀୟ ରାଜପଥ ଓ ସାନ ଚିନ୍ଦିରି ଗାଁରେ ବୃକ୍ଷରୋପଣ କରାଯାଇଥିଲା।
ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଅଞ୍ଚଳରେ ଆଜି ୫୫୧ଟି ବୃକ୍ଷରୋପଣ କରାଯାଇଥିବାବେଳେ ଜିଲ୍ଲାପ୍ରତିନିଧି ଶ୍ରୀକାନ୍ତ ସାହୁ ଏହାକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସର୍ବପରି ସୁସାହ୍ୟିତିକ ରବି ଶତପଥୀ, ଜଳଧର ସ୍ବାଇଁ, ଡ.ପ୍ରତିଧାରା ସାମଲ, ବିଜୟ ପ୍ରଧାନ, ଅରୁଣ ସାହୁ, ସୌମେନ୍ଦ୍ର କୁମାର ସ୍ବାଇଁ,ଉମା ଶଙ୍କର ଦାସ, ବିଶ୍ବଜିତ ମିଶ୍ର, ମନୋରଞ୍ଜନ ରାଉତରାୟ, ଅନ୍ନଦା ଶଙ୍କର ପାଣିଗ୍ରାହୀ, କେଶବ ପଟ୍ଟନାୟକ, ଅଜୁର୍ନ ନାୟକ, ମନୋଜ ପ୍ରମୁଖ ରହିଥିବାବେଳେ ଚିନ୍ଦିରି ଗାଁର କମଲ ଜାନି, ବାରଙ୍ଗ ଜାନୀ, ସୁରେଶ ଜାନି, ରୋହିତ ଖୋସଲା, ପୁର୍ଣଚନ୍ଦ୍ର ମାଝି, ପୂର୍ଣ୍ଣ ଜାନୀ, ସୁମନ୍ତ ଖୋସଲା, ଶିବା ଜାନୀ, କୁନାଲ ଖୋସଲା, ଦିନେଶ ଜାନି ଓ କିରଜ ଜାନୀ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡିଛି।
The post କୋରାପୁଟ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ first appeared on Sambad.from ଜିଲ୍ଲା | Sambad https://ift.tt/3xmmChQ
0 Comments