ମାଲକାନଗିରି: କରୋନାର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସହଯୋଗର ହାତ ବଢାଇଛି ଭୁବନେଶ୍ବରସ୍ଥିତ ‘ପ୍ରୋଜେକ୍ଟ ହୋପ’ ତଥା ‘ମାଇ ହାର୍ଟ’ ସଂସ୍ଥା। ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାର ସୁବିଧା ପାଇଁ ପ୍ରୋଜେକ୍ଟ ହୋପର ଜଗଦିଶ ସାହୁ ୧୫ଟି ଅକ୍ସିଜେନ କନସେନଟ୍ରେଟର,୨ଟି ଭେଣ୍ଟିଲେଟର ଏବଂ ୨୫୦ଟି ପଲ୍ସ ଅକ୍ସିମିଟର ପ୍ରଦାନ କରିଛନ୍ତି। ମେଡିକାଲର ଏଡିଏମଓ ଶିବ ପ୍ରସାଦ ମହାରଣାଙ୍କୁ ଏସବୁ ଜିନିଷ ହସ୍ତାନ୍ତର କରାଯାଇଛି।

ତେବେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିପିଏମ ବନ ବିହାରି ମିଶ୍ର, ସନ୍ତୋଷ କୁମାର ବେହେରା, ନିହାର ଜେନା, ରୁକ୍ମିଣୀ ନାୟକ, ଚିତ୍ତରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ସଂସ୍ଥାର ଏଭଳି ମହାନ କାମ ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲାବାସୀ ଧନ୍ୟବାଦ ଜଣାଇଛନ୍ତି।

The post କରୋନାର ମୁକାବିଲା ପାଇଁ ପ୍ରୋଜେକ୍ଟ ହୋପ ତରଫରୁ ୧୫ଟି ଅକ୍ସିଜେନ,୨ଟି ଭେଣ୍ଟିଲେଟର ପ୍ରଦାନ first appeared on Sambad.

from ଜିଲ୍ଲା | Sambad https://ift.tt/3A0Bl3E