
କୋରାପୁଟ: ଓଡ଼ିଶା ସୀମାକୁ ସୁରକ୍ଷା ଦେବା ଆମର ପରମ କର୍ତ୍ତବ୍ୟ। ଜିଲ୍ଲା ପ୍ରଶାସନ ଓ କୋରାପୁଟ ପୁଲିସ ପ୍ରଶାସନ ଏନେଇ ସଜାଗ ରହିଛି। କୌଣସି ପରିସ୍ଥିତିରେ ଓଡ଼ିଶା ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଦିଆଯିବ ନାହିଁ। ଆଜି ଏପରି ଦମ୍ଭ ଦେଖାଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ. ଅଖତର। ସେ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଦେଖି ଆନ୍ଧ୍ର କିଛି ରାଜନୈତିକ ଦଳ ସେମାନଙ୍କର ଉପସ୍ଥିତିକୁ ଦର୍ଶାଇବାକୁ କରିବାକୁ ଚାହୁଁଛନ୍ତି। ଏକାଧିକ ତେଲଗୁ ମିଡିଆ ଏନେଇ ଖବର ପ୍ରକାଶନ ହେବା ପରେ କିଛି ରାଜନେତା ପିଓ ଆଇଟିଡିଏଙ୍କୁ ଦାବିପତ୍ର ଦେଇଛନ୍ତି। ସେନେଇ ଆମେ ସଜାଗ ରହିଛୁ। କୌଣସି ଅନୁପ୍ରବେଶକୁ ବାଧା ଦେବାକୁ ବ୍ଲୁପ୍ରିଣ୍ଟ କରି ସାରିଛୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରାଇବା ବେଳେ ବେଶ ଦମ୍ ଦେଖାଇଥିଲେ କୋରାପୁଟ ଜିଲ୍ଲାର ରାଜନେତା। ଉପନିବେଶବାଦରେ ବିଶ୍ବାସ ରଖୁଥିବା ଆନ୍ଧ୍ରକୁ କଡା ଜବାବ ଦେବାକୁ ବିରୋଧ ପ୍ରଦର୍ଶନ କରିଥିଲେ। ସୀମାବିବାଦ ନେଇ ଆନ୍ଧ୍ର ସରକାର ଓ ରାଜ୍ୟପାଳଙ୍କୁ ଭେଟିବାକୁ ସେତେବେଳେ ଯୋଜନା କରିଥିଲେ। ହେଲେ ଘଟଣାକୁ ୬ ମାସ ବିତିଥିବାବେଳେ କୋରାପୁଟ ଜିଲ୍ଲାର କଂଗ୍ରେସ, ବିଜେଡି ଓ ବିଜେପି ନେତାଏ ଏହାକୁ ଭୁଲି ଯାଇଛନ୍ତି। ଦିନକୁ ଦିନ ଆନ୍ଧ୍ରର ଉପଦ୍ରବ ବୃଦ୍ଧି ପାଉଥିବାବେଳେ ସେଠାକାର ସବୁଦଳର ରାଜନେତା ଏକାଠି ହୋଇ କୋଟିଆ ହାତେଇବାକୁ ପ୍ରୟାସ ଆରମ୍ଭ କରିଦେଲେଣି। ।୧୫ ତାରିଖ ମଧ୍ୟରେ କୋଟିଆର ୨୨ଟି ଗାଁରେ ତେଲଗୁ ଫଳକ ମାରିବାକୁ ପିଓ ଆଇଟିଡିଏଙ୍କୁ ଦାବିପତ୍ର ଦେଇଥିଲେ। ଏହାସହ ଲୋକସତ୍ତା ଦଳ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯିବାକୁ ଯୋଜନା ହୋଇଛି। ତେବେ କେବେ କୋରାପୁଟ ଜିଲ୍ଲାର ରାଜନେତା ସେଠାକୁ ଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ଏହାକୁ କଡା ସମାଲୋଚନା କରିଛନ୍ତି କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା। ସେ କହିଛନ୍ତି ଯେ ଆରସିଏସ ବେଲଙ୍କ ରିପୋର୍ଟ ମୁତାବକ ପଟାଙ୍ଗୀର ତାଡିବଲାସାରେ ରହିଥିବା ଶଗଡପଥ ଓଡ଼ିଶାର ବୋଲି କୁହାଯାଇଛି। ସେହି ଅନୁସାରେ ଏହି ଅଞ୍ଚଳର ଓଡ଼ିଶାର। କିନ୍ତୁ କାହିଁକି ସେଠାକାର ସରକାର ଏହାକୁ ଓ ନିଜ ଆଡକୁ ଟାଣିବାକୁ ଚାହୁଁଛନ୍ତି ଜଣାପଡୁନି। ଆନ୍ଧ୍ର ସରକାର ଓ ପାର୍ବତୀପୁରମ ପିଓ ଆଇଟିଡିଏ ଜାଣିଶୁଣି ଅନୁପ୍ରବେଶ କରୁଛନ୍ତି। ଏହା ସେମାନଙ୍କର ଅପରାଧିକ ଷଡଯନ୍ତ୍ର। ତେବେ ଏହି ଅନୁପ୍ରବେଶରେ ବହୁତ ଦିଗ ରହିଛି। ଏହାଦ୍ବାରା ସେ ନିର୍ଦ୍ଧିଷ୍ଟ ଧର୍ମର ପ୍ରଚାର କରିବା ସହ ରଖିଥିବା ୩ ଜଣିଆ ଏଜେଣ୍ଟଙ୍କୁ ପୋଶୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାରେ କୋଡିଡ କଟକଣା ହେତୁ ଦୀର୍ଘ ଦେଢବର୍ଷ ଧରି ସ୍କୁଲ ବନ୍ଦ ରହିଲା। କିନ୍ତୁ ଆନ୍ଧ୍ରର ଚାଳିଆ ସ୍କୁଲ ଖୋଲା ରହିଲା। ଏହାର ସୁଯୋଗ ନେଇ ସେମାନେ ଓଡ଼ିଆ ପିଲାଙ୍କୁ ତେଲଗୁ ଭାଷାରେ ଶିକ୍ଷା ଦେଇଥିଲେ। ସେମାନଙ୍କୁ ଓଡ଼ିଆ ଭାଷା ଛାଡି ତେଲଗୁ ଭାଷା ଶିକ୍ଷା ଦିଆଯାଉଛି। ଏନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ପ୍ରଶାସନଙ୍କୁ ଜଣା ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଏହାର ସମାଧାନ ନ କଲେ ବୋରା ପରି କୋଟିଆ ମଧ୍ୟ ହାତରୁ ଖସି ଯିବ ବୋଲି ସେ କହିଛନ୍ତି।
The post ସୀମାକୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ: କୋରାପୁଟ ଜିଲ୍ଲାପାଳ first appeared on Sambad.from ଜିଲ୍ଲା | Sambad https://ift.tt/3s5aSiX
0 Comments