ସିନାପାଲି : ସିନାପାଲି ଥାନା କେନ୍ଦୁମୁଣ୍ତା ପଞ୍ଚାୟତ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଶୁକ୍ରବାର ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ବିଶ୍ଵବିହାରୀ ମାଝୀ (୨୪ ବର୍ଷ) ଓ ବରୁଣ ମାଝୀ (୨୫ ବର୍ଷ)।

ଗତ ୧୧ତାରିଖ ଦିନ ୧୦ଟାରେ ପୀଡ଼ିତା ଜଣକ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏକୁଟିଆ ପାଇ ଅଭିଯୁକ୍ତମାନେ ମହିଳାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଥିଲେ। ପରେ ମହିଳାଙ୍କୁ ମୁର୍ମୂର୍ଷୁ ଅବସ୍ଥାରେ ସେଠାରେ ଛାଡ଼ି ଫେରାର ମାରିଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପୀଡ଼ିତାଙ୍କ ସ୍ୱାମୀ ଖୋଜିକି ଉଦ୍ଧାର କରିଥିଲେ। ପରେ ଘଟଣା ସମ୍ପର୍କରେ ନିଜ ସ୍ୱାମୀଙ୍କୁ କହିଥିଲେ। ଏନେଇ ସିନାପାଲି ଥାନାରେ ଗୁରୁବାର ପୀଡ଼ିତା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ସିନାପାଲି ପୁଲିସ ୨ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଥିଲା। ଶୁକ୍ରବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସିନାପାଲି ଥାନା କେସ୍‌ ନଂ ୧୭୨/୨୧, ଦଫା ୩୭୬(ଡି)ଓ ୩୨୩ ଆଇପିସିରେ କେସ୍‌ ରୁଜୁ ହୋଇଛି।

The post ବିବାହିତାଙ୍କୁ ଦୁଷ୍କର୍ମ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2XskSHG