
ରାଉରକେଲା: ଇସ୍ପାତ ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ସିଆରପିଏଫ୍ ୧୯ ବାଟାଲିୟନ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସିଆରପିଏଫ୍ କମାଣ୍ଡାଣ୍ଟ ରାଜେଶ କୁମାର ଏଥିରେ ଯୋଗଦେଇ ନିଜେ ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ ପରିବାରର ଉଦ୍ୟମକୁ ପ୍ରସଂଶା କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ କର୍ମଚାରୀଙ୍କ ସମେତ ସିଆରପିଏଫ୍ର ସେକେଣ୍ଡ କମାଣ୍ଡାଣ୍ଟ ପାର୍ଥ ସାରଥୀ ଘୋଷ, ତାରାଚାନ୍ଦ ଭଟ୍ଟ, ସିଏମ୍ଓ ଡ଼ଃ. ଅଶ୍ବିନୀ କୁମାରଙ୍କ ସମେତ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଓ ବିଶିଷ୍ଟ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।
ଉକ୍ତ ଅବସରରେ ଫଳନ୍ତି ଚାରା ବଣ୍ଟନ କରାଯାଇଥିଲା। ଏମିତି ମୋଟ୍ ୩୫୦ଫୁଲ ଓ ଫଳନ୍ତି ଚାରା ଲଗାଯିବା ସହ ବଣ୍ଟନ ହୋଇଥିଲା। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ରାଉରକେଲା ସଂସ୍କରଣର ସହ ସମ୍ପାଦକ ଅଶୋକ ପାତ୍ର, ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ, ସହର ପ୍ରତିନିଧି ଦେବାଶିଷ ପଣ୍ଡା ପରିଚାଳନା କରିଥିଲେ।
The post ଇସ୍ପାତ ସମ୍ବାଦ ସାହିତ୍ୟ ଘରର ଚାରାରୋପଣ first appeared on Sambad.from ଜିଲ୍ଲା | Sambad https://ift.tt/3fNhtJG
0 Comments