କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକା ଭଣ୍ଡାରରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକା ଭଣ୍ଡାର ସୁରକ୍ଷା ଦାୟିତ୍ବରେ ଥିଲେ କନେଷ୍ଟବଳ ପାରେଶ୍ବର ସେଠୀ (୪୩)। ଗତକାଲି ଅପରାହ୍‌ଣରେ ଶ୍ରୀ ସେଠୀ ଟିକା ଭଣ୍ଡାରର ଜଣେ ମହିଳା କର୍ମଚାରୀଙ୍କ ପାଖକୁ ଯାଇ ‘ମ୍ୟାଡାମ ଭଲନା’ ବୋଲି କହିବା ପରେ ଅସଦାଚରଣ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ତାଙ୍କ ପାଟି ଓ ହାତକୁ ଜାବୁଡ଼ି ଧରି ଖଣ୍ଡିଆଖାବରା କରି ଦେଇଥିଲେ। ମହିଳା କର୍ମଚାରୀ ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଶ୍ରୀ ସେଠୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

The post ମହିଳା କର୍ମଚାରୀଙ୍କୁ ଅସଦାଚରଣ, କନେଷ୍ଟବଳ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3zccOIQ