
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ କମର୍ଦ୍ଧା ପଞ୍ଚାୟତସ୍ଥିତ ମଦାଙ୍ଗଦୁନି ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭଲ ରାସ୍ତା ନଥିବାରୁ ଗାଁ ମଧ୍ୟକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ଫଳରେ ଗର୍ଭବତୀଙ୍କୁ ଖଟିଆରେ ୩ କିମି ବୋହିକି ନେବାକୁ ପଡ଼ିଥିଲା। ଏନେଇ ଗୁରୁବାର ଖବର ପ୍ରକାଶିତ ହେବାପରେ ଲାଞ୍ଜିଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର ମିଶ୍ର, କମର୍ଦ୍ଧା ପଞ୍ଚାୟତ ନିର୍ବାହି ଅଧିକାରୀ ଗୌରାଙ୍ଗ ମାଝୀ, ଜିଆରଏସ୍ ପଦ୍ମନ ସାହୁ ମଦାଙ୍ଗଦୁନି ଗାଁରେ ପହଞ୍ଚି ମୋହନ ମାଝୀଙ୍କ ଗର୍ଭବତୀ ସ୍ତ୍ରୀ ଇନ୍ଦୁମତି ଓ ନବଜାତ ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏହାସହ ଗାଁରେ ପିଚୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରଖାଯିବ ବୋଲି ବିଡିଓ କହିଛନ୍ତି। ଡ୍ରାଇଭର ପିଚୁ ରାସ୍ତା ଠାରୁ କଚ୍ଚା ରାସ୍ତାକୁ ଆମ୍ବୁଲାନ୍ସ ନେବିନାହିଁ ବୋଲି ମନା କରିଥିବାରୁ ଗାଁ ଲୋକେ ପ୍ରଶାସନ ନିକଟରେ ଜଣାଇଥିଲେ।
The post ଗର୍ଭବତୀ ଖଟିଆରେ ବୁହାହୋଇ ଯିବା ଘଟଣା: ମଦାଙ୍ଗଦୁନି ଗାଁରେ ପହଞ୍ଚିଲା ବ୍ଲକ୍ ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/3yKJCsh
0 Comments